ପରୀକ୍ଷାରେ କପି ରୋକିବା ପାଇଁ ଲୋକସଭାରେ ଆଗତ ହେଲା ଅନୈତିକ ଉପାୟ ନିବାରଣ ବିଲ୍
ନୂଆଦିଲ୍ଲୀ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ହେଉଥିବା ଅନିୟମିତତାକୁ ଦୂର କରିବା ପାଇଁ ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ସାର୍ବଜନୀନ ପରୀକ୍ଷା (ଅନୈତିକ ଉପାୟ ନିବାରଣ) ବିଲ୍-୨୦୨୪ ଆଗତ କରାଯାଇଛି। ଏହି ବିଲ୍ରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନୈତିକ ପନ୍ଥା ଅବଲମ୍ବନ କରି ଧରାପଡ଼ିଲେ ସର୍ବାଧିକ ୧୦ ବର୍ଷ ଜେଲ୍ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରସ୍ତାବ ରଖାଯାଇଛି। ଏହି ବିଲ୍ ଦ୍ବାରା ଛାତ୍ରଛାତ୍ରୀମାନେ ଯେପରି ପ୍ରଭାବିତ ହେବେ ନାହିଁ ତାହାକୁ ସୁନିଶ୍ଚିତ କରିବା ପାଇଁ ବିଲ୍କୁ […]
ନୂଆଦିଲ୍ଲୀ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ହେଉଥିବା ଅନିୟମିତତାକୁ ଦୂର କରିବା ପାଇଁ ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ସାର୍ବଜନୀନ ପରୀକ୍ଷା (ଅନୈତିକ ଉପାୟ ନିବାରଣ) ବିଲ୍-୨୦୨୪ ଆଗତ କରାଯାଇଛି। ଏହି ବିଲ୍ରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନୈତିକ ପନ୍ଥା ଅବଲମ୍ବନ କରି ଧରାପଡ଼ିଲେ ସର୍ବାଧିକ ୧୦ ବର୍ଷ ଜେଲ୍ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରସ୍ତାବ ରଖାଯାଇଛି। ଏହି ବିଲ୍ ଦ୍ବାରା ଛାତ୍ରଛାତ୍ରୀମାନେ ଯେପରି ପ୍ରଭାବିତ ହେବେ ନାହିଁ ତାହାକୁ ସୁନିଶ୍ଚିତ କରିବା ପାଇଁ ବିଲ୍କୁ ପ୍ରସ୍ତୁତ କରାଯାଇଛି। ନିକଟରେ ରାଜସ୍ଥାନରେ ଶିକ୍ଷକ ନିଯୁକ୍ତି ପରୀକ୍ଷା, ହରିୟାଣାରେ ଗ୍ରୁପ୍-ଡି ପଦବୀ ପାଇଁ ସାଧାରଣ ଯୋଗ୍ୟତା ପରୀକ୍ଷା (ସିଇଟି), ଗୁଜରାଟରେ କନିଷ୍ଠ କିରାଣୀଙ୍କ ନିଯୁକ୍ତି ପରୀକ୍ଷା ଏବଂ ବିହାରରେ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ସମେତ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ କରିବାକୁ ପଡ଼ିଥିଲା।




