ପରିବାର ସହ ବାଂଲାଦେଶରୁ ଭାରତ ଫେରିଲେ ୧୯୦ ଦୂତାବାସ କର୍ମଚାରୀ

ଢାକା : ବାଂଲାଦେଶରେ ଆରମ୍ଭ ହୋଇଥିବା କୋଟା ହିଂସା ଥମୁନି।। ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇ ଯାଇଥିବା ବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରସ୍ଚୁତି ଆରମ୍ଭ ହୋ‌ଇଛି। କିନ୍ତୁ ସେଠାରେ ହିଂସାକାଣ୍ଡ, ପୋଡ଼ାଜଳା ଥମିବା ନାଁ ଧରୁନି। ଏଭଳି ଏକ ସଙ୍କଟ ସମୟରେ ଅଶାନ୍ତ ବାଂଲାଦେଶରେ କାର୍ଯ୍ୟରତ ଭାରତୀୟ ଦୂତାବାସର ୧୯୦ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସ୍ୱଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସେମାନେ […]

Samaya Live Picture
Published On

ଢାକା : ବାଂଲାଦେଶରେ ଆରମ୍ଭ ହୋଇଥିବା କୋଟା ହିଂସା ଥମୁନି।। ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇ ଯାଇଥିବା ବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରସ୍ଚୁତି ଆରମ୍ଭ ହୋ‌ଇଛି। କିନ୍ତୁ ସେଠାରେ ହିଂସାକାଣ୍ଡ, ପୋଡ଼ାଜଳା ଥମିବା ନାଁ ଧରୁନି। ଏଭଳି ଏକ ସଙ୍କଟ ସମୟରେ ଅଶାନ୍ତ ବାଂଲାଦେଶରେ କାର୍ଯ୍ୟରତ ଭାରତୀୟ ଦୂତାବାସର ୧୯୦ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସ୍ୱଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସେମାନେ ଭାରତ ଫେରିଛନ୍ତି। ଏବେ ବି ପ୍ରାୟ ୩୦ ବରିଷ୍ଠ ଅଧିକାରୀ ଓ କୂଟନୈତିଜ୍ଞ ବାଂଲାଦେଶ ସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟରତ ଅଛନ୍ତି। ଢାକାସ୍ଥିତି ଭାରତୀୟ ଦୂତାବାସ କାର୍ଯ୍ୟକ୍ଷମ ଥିବା ବେଳେ ଦେଶର ଅନ୍ୟ ସ୍ଥାନରେ ଥିବା ଭାରତୀୟ ଦୂତାବାସ ବି କାର୍ଯ୍ୟକ୍ଷମ ରହିଛି। ସେଠାରେ ରହୁଥିବା ଭାରତୀୟଙ୍କ ସହ ସେମାନେ ଯୋଗାଯୋଗରେ ଅଛନ୍ତି।

Tags: