ପରିବାର ସଦସ୍ୟଙ୍କ ସହ ଆତ୍ମହତ୍ୟା କଲେ ପ୍ରଶାସନିକ ଅଧିକାରୀ
ନୂଆଦିଲ୍ଲୀ : ରହସ୍ୟ ଜନକ ଭାବରେ ଘର ଭିତରୁ ଉଦ୍ଧାର ହେଲା ପ୍ରଶାସନିକ ଅଧିକାରୀଙ୍କ ସହ ମା’ଓ ଭଉଣୀଙ୍କ ମୃତଦେହ । ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ପରୀକ୍ଷାର ପ୍ରଥମ ମହିଳା ଟପର୍ ଶାଲିନୀ ବିଜୟଙ୍କ ସହ ତାଙ୍କ ଭାଇ IRS ଅଧିକାରୀ ମନୀଷ ବିଜୟ ଏବଂ ମାଆ ଶକୁନ୍ତଳା ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେରଳରେ ଜିଏସ୍ଟିର ଅତିରିକ୍ତ କମିସନର ଥିବା ମନୀଷ ବିଜୟଙ୍କ ସରକାରୀ ବାସ ଭବନରୁ ମୃତଦେହ ଗୁଡିକୁ ଉଦ୍ଧାର […]
ନୂଆଦିଲ୍ଲୀ : ରହସ୍ୟ ଜନକ ଭାବରେ ଘର ଭିତରୁ ଉଦ୍ଧାର ହେଲା ପ୍ରଶାସନିକ ଅଧିକାରୀଙ୍କ ସହ ମା’ଓ ଭଉଣୀଙ୍କ ମୃତଦେହ । ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ପରୀକ୍ଷାର ପ୍ରଥମ ମହିଳା ଟପର୍ ଶାଲିନୀ ବିଜୟଙ୍କ ସହ ତାଙ୍କ ଭାଇ IRS ଅଧିକାରୀ ମନୀଷ ବିଜୟ ଏବଂ ମାଆ ଶକୁନ୍ତଳା ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେରଳରେ ଜିଏସ୍ଟିର ଅତିରିକ୍ତ କମିସନର ଥିବା ମନୀଷ ବିଜୟଙ୍କ ସରକାରୀ ବାସ ଭବନରୁ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଥିଲା । ତେବେ ମନୀଷ ବିଜୟ ୪ ଦିନ ହେବ ଛୁଟିରେ ଥିଲେ । ଏହାପରେ ଗତକାଲି କାର୍ଯ୍ୟରେ ଯୋଗ ଦେବାକୁ ନପହଞ୍ଚିବାରୁ ତାଙ୍କ ସହ କର୍ମୀ ଫୋନ କରିଥିଲେ । ଏହାର କୌଣସି ଉତ୍ତର ନପାଇବାରୁ ସେ ଘଟଣା କଣ ବୁଝିବାକୁ ତାଙ୍କ ବାସଭବନରେ ପହଞ୍ଚି ଥିଲେ । ସେତେବେଳକୁ ଘରୁ ଦୁର୍ଗନ୍ଧ ବାହାରୁଥିଲା । କୌଣସି ଅଘଟଣ ଆଶଙ୍କା କରି ସେ ତୁରନ୍ତ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ।
ପୋଲିସ ଆସି ଘରର କବାଟ ଭାଙ୍ଗି ଦେଖିବାରୁ ମନୀଷ ଏବଂ ଶାଲିନୀଙ୍କ ମୃତଦେହ ଭିନ୍ନ ଭିନ୍ନ କୋଠରୀରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସେହିପରି ମାଆ ଶକୁନ୍ତଳାଙ୍କୁ ବିଛଣାରେ ମୃତ ଅବସ୍ଥାରେ ପାଇଥିଲେ। ଶକୁନ୍ତଳାଙ୍କ ମୃତଦେହକୁ ଏକ ଧଳା କପଡା ଘୋଡା ହୋଇଥିଲା ଏବଂ ତାଙ୍କ ପାଖରେ କିଛି ଫୁଲ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ପୋଲିସ ସନ୍ଦେହ କରୁଛି ପ୍ରଥମେ ମା’ଙ୍କୁ ହତ୍ୟା ପରେ ଉଭୟେ ଭାଇ ଭଉଣୀ ଅଲଗା ଅଲଗା ରୁମକୁ ଯାଇ ଆତ୍ମହତ୍ୟା କରି ଥାଇପାରନ୍ତି ।
ପୁଲିସ ପ୍ରଶାସନିକ ଅଧିକାରୀ ବିଜୟଙ୍କ ଘରୁ ଗୋଟିଏ ଡାଏରୀ ଠାବ କରିଛି। ଏଥିରେ ଲେଖାଯାଇଛି ଯେ ସେମାନଙ୍କର ଜଣେ ବଡ଼ ଭଉଣୀ ବିଦେଶରେ ରହୁଛନ୍ତି। ଦୟା କରି ତାଙ୍କୁ ମୃତ୍ୟୁ ସମ୍ପର୍କରେ ଅବଗତ କରାଇବେ। ପୁଲିସ୍ ଏହାକୁ ଜବତ କରି ଘରର ବଡ଼ ଝିଅଙ୍କ ସହ ଯୋଗାଯୋଗ କରିଛି।
ବିଜୟ ଓ ତାଙ୍କ ପରିବାର ହେଉଛନ୍ତି ଝାରଖଣ୍ଡର ମୂଳବାସିନ୍ଦା। ବିଜୟ କେରଳରେ କେନ୍ଦ୍ରୀୟ ଅବକାରୀ ଓ ଜିଏସଟିର ଅତିରିକ୍ତ କମିଶନର ଭାବେ କାମ କରନ୍ତି। ତେଣୁ ସେ ଏର୍ଣ୍ଣାକୁଲମରେ ଥିବା କାକ୍କାନାଡ କଷ୍ଟମ୍ସ କ୍ୱାର୍ଟର୍ସରେ ରହୁଥିଲେ। ପୂର୍ବରୁ ସେ କୋଝିକୋଡ ଏୟାରପୋର୍ଟରେ କଷ୍ଟମ୍ସ ପ୍ରିଭେନଟିଭ ଭାବେ କାମ କରୁଥିଲେ। ଦେଢ଼ ବର୍ଷ ତଳେ ତାଙ୍କୁ କୋଚିକୁ ବଦଳି କରାଯାଇଥିଲା। କିଛି ମାସ ତଳେ ତାଙ୍କର ମା’ ଓ ଭଉଣୀ ମଧ୍ୟ ବିଜୟଙ୍କ ସହ କାକ୍କାନାଡ କଷ୍ଟମ୍ସ କ୍ୱାର୍ଟର୍ସରେ ରହିବା ଆରମ୍ଭ କରିଥିଲେ।
ଶାଳିନୀ ବିଜୟ ହେଉଛନ୍ତି ୨୦୦୭ରେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ପରୀକ୍ଷାର ପ୍ରଥମ ମହିଳା ଟପର୍ ଇ ତେବେ ତାଙ୍କ କ୍ୟାରିୟରକୁ ନେଇ ବିବାଦ ଉପୁଜିଥିଲା । ସେ ଏକ ନ୍ୟାୟିକ ଲଢେଇ ଲଢୁଥିବାବେଳେ ୨୦୨୦ ରୁ ଚାକିରୀରୁ ଛଟେଇ ହୋଇ କେରଳରେ ଭାଇଙ୍କ ନିକଟରେ ରହୁଥିଲେ । ଘଟଣାର ତଦନ୍ତ କେରଳ ପୋଲିସ ଚାଇଥିବାବେଳେ ମାନସିକ ଅବସାଦରୁ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।




