ପରିବାରରେ କୌଣସି ସମସ୍ୟା ନାହିଁ : ଶରଦ ପାୱାର

ନୂଆଦିଲ୍ଲୀ : ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଗତକାଲି ଦଳକୁ ଶକ୍ତ ଝଟ୍‌କା ଦେଇ ସିନ୍ଦେ ସରକାରରେ ଯୋଗ ଦେବା ଘଟଣା ସେମାନଙ୍କ ପାରିପାରିକ ଜୀବନ ଉପରେ କିଭଳି ପ୍ରଭାବ ପକାଇଛି ସେନେଇ ଚର୍ଚ୍ଚା ଚାଲିଛି। ଶରଦ ପାୱାରଙ୍କୁ ଏନେଇ ଏକ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପରିବାରରେ କୌଣସି ସମସ୍ୟା ନାହିଁ। ଆମେ ପରିବାରରେ ରାଜନୀତି କଥା ଆଲୋଚନା କରୁନା। ସମସ୍ତେ ସ୍ବାଧୀନ ଭାବେ ନିଜ ନିଜର […]

Samaya Live Picture
Published On

ନୂଆଦିଲ୍ଲୀ : ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଗତକାଲି ଦଳକୁ ଶକ୍ତ ଝଟ୍‌କା ଦେଇ ସିନ୍ଦେ ସରକାରରେ ଯୋଗ ଦେବା ଘଟଣା ସେମାନଙ୍କ ପାରିପାରିକ ଜୀବନ ଉପରେ କିଭଳି ପ୍ରଭାବ ପକାଇଛି ସେନେଇ ଚର୍ଚ୍ଚା ଚାଲିଛି। ଶରଦ ପାୱାରଙ୍କୁ ଏନେଇ ଏକ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପରିବାରରେ କୌଣସି ସମସ୍ୟା ନାହିଁ। ଆମେ ପରିବାରରେ ରାଜନୀତି କଥା ଆଲୋଚନା କରୁନା। ସମସ୍ତେ ସ୍ବାଧୀନ ଭାବେ ନିଜ ନିଜର ନିଷ୍ପତ୍ତି ନେଇପାରିବେ। ତେଣୁ ଏହା ଆମ ପାରିବାରିକ ଜୀବନ ଉପରେ କିଛି ପ୍ରଭାବ ପକାଇନି। ଶରଦ ପାୱାର ଆଜି ସକାଳେ ସତରା ଅଭିମୁଖେ ବାହାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟ ପାଇଁ କାମ କରୁଥିବାବେଳେ ଏହା ପୂର୍ବରୁ ତାଙ୍କୁ ଏହି ଶକ୍ତ ଝଟ୍‌କା ଲାଗିଛି।

Tags: