ପରିବାରକୁ ହତ୍ୟା ପାଇଁ ସୁପାରି ଦେଇଥିଲେ ଯୁବକ, କିନ୍ତୁ ଯୋଜନା ଭୁଲ୍ ହୋଇଗଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ ଏପ୍ରିଲ ୧୯ ତାରିଖରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦଫାସ କରିଛି ପୁଲିସ। କର୍ଣ୍ଣାଟକର ଗଦଗ-ବେତାଗେରି ପୌର ପରିଷଦ ଉପାଧ୍ୟକ୍ଷ ତଥା ସ୍ଥାନୀୟ ବିଜେପି ନେତ୍ରୀ ସୁନନ୍ଦା ବାକାଲେଙ୍କ ଘରେ ୪ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣାଟି ଅତ୍ୟନ୍ତ ଦୁର୍ଭଗ୍ୟପୂର୍ଣ୍ଣ ଅଟେ। ଜଣେ ବ୍ୟକ୍ତି ନିଜର ବାପା ଓ ସାବତ ମା’ଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା। ତେବେ ହତ୍ୟାକାରୀମାନେ ତା’ ବାପା-ମା’ଙ୍କୁ ହତ୍ୟା କରିବା ପରିବର୍ତ୍ତେ ତା’ର […]

Samaya Live Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ ଏପ୍ରିଲ ୧୯ ତାରିଖରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦଫାସ କରିଛି ପୁଲିସ। କର୍ଣ୍ଣାଟକର ଗଦଗ-ବେତାଗେରି ପୌର ପରିଷଦ ଉପାଧ୍ୟକ୍ଷ ତଥା ସ୍ଥାନୀୟ ବିଜେପି ନେତ୍ରୀ ସୁନନ୍ଦା ବାକାଲେଙ୍କ ଘରେ ୪ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣାଟି ଅତ୍ୟନ୍ତ ଦୁର୍ଭଗ୍ୟପୂର୍ଣ୍ଣ ଅଟେ। ଜଣେ ବ୍ୟକ୍ତି ନିଜର ବାପା ଓ ସାବତ ମା’ଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା। ତେବେ ହତ୍ୟାକାରୀମାନେ ତା’ ବାପା-ମା’ଙ୍କୁ ହତ୍ୟା କରିବା ପରିବର୍ତ୍ତେ ତା’ର ଜଣେ ନିକଟ ସମ୍ପର୍କୀୟଙ୍କ ପରିବାରର ୪ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ଜଣଙ୍କୁ ଗିରଫ କରିଛି। ବିଜେପି ନେତ୍ରୀ ସୁନନ୍ଦା ବାକାଲେଙ୍କ ପୁଅ କାର୍ତ୍ତିକ (୨୮), ତାଙ୍କର ନିକଟ ସମ୍ପର୍କୀୟ ପର୍ଶୁରାମ (୫୮), ଲକ୍ଷ୍ମୀବାଈ (୫୦), ଆଙ୍କାକ୍ଷା (୧୭)ଙ୍କୁ ଶୋଇଥିବା ଅବସ୍ଥାରେ ଅଜଣା ଦୁର୍ବୃତ୍ତ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ନିର୍ବାଚନ ପରିପ୍ରେକ୍ଷୀରେ ଏକ ପ୍ରମୁଖ ଦଳର ରାଜନେତାଙ୍କ ଘରେ ତାଙ୍କ ସମ୍ପର୍କୀୟଙ୍କୁ ଏଭଳି ହତ୍ୟା କରାଯିବା ଘଟଣାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଥିଲା। ମାମଲାକୁ ଗୁରୁତର ସହ ଗ୍ରହଣ କରି କର୍ଣ୍ଣାଟକ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ସୁନନ୍ଦାଙ୍କ ସାବତପୁଅ ବିନାୟକ(୩୧)ଙ୍କୁ ଗିରଫ କରାଯାଇଥିଲା।

Tags: