ପରିବାରକୁ ଭେଟିଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ : ଆଇଏସଏସ (ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର)ରେ ଐତିହାସିକ ୧୮ ଦିନର ମିସନ୍‌ ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ନିଜ ପରିବାର ସହ ଏକାଠି ହୋଇଛନ୍ତି। ଶୁକ୍ଳା ଏବଂ ଅନ୍ୟ ୩ ମହାକାଶଚାରୀ ଜୁଲାଇ ୧୫ ତାରିଖରେ ମହାକାଶ କେନ୍ଦ୍ରରୁ ଭୂପୃଷ୍ଠକୁ ଫେରିବାପରେ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ଭେଟିଛନ୍ତି। ହୋଷ୍ଟନରେ କ୍ବାରାଣ୍ଟିନରେ ଥିବା ଶୁକ୍ଳା ଦୀର୍ଘ ଦିନ ପରେ ତାଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ୬ ବର୍ଷର ପୁଅ କିଆଶକୁ ଦେଖିବାପରେ ଖୁସିରେ […]

ପରିବାରକୁ ଭେଟିଲେ ଶୁଭାଂଶୁ ଶୁକ୍ଳା
Samaya Live Picture
Published On

ନୂଆଦିଲ୍ଲୀ : ଆଇଏସଏସ (ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର)ରେ ଐତିହାସିକ ୧୮ ଦିନର ମିସନ୍‌ ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ନିଜ ପରିବାର ସହ ଏକାଠି ହୋଇଛନ୍ତି। ଶୁକ୍ଳା ଏବଂ ଅନ୍ୟ ୩ ମହାକାଶଚାରୀ ଜୁଲାଇ ୧୫ ତାରିଖରେ ମହାକାଶ କେନ୍ଦ୍ରରୁ ଭୂପୃଷ୍ଠକୁ ଫେରିବାପରେ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ଭେଟିଛନ୍ତି। ହୋଷ୍ଟନରେ କ୍ବାରାଣ୍ଟିନରେ ଥିବା ଶୁକ୍ଳା ଦୀର୍ଘ ଦିନ ପରେ ତାଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ୬ ବର୍ଷର ପୁଅ କିଆଶକୁ ଦେଖିବାପରେ ଖୁସିରେ ଆତ୍ମହରା ହୋଇଯାଇଛନ୍ତି। ଶୁଭାଂଶୁ ନିଜ ପରିବାର ସଦସ୍ୟଙ୍କୁ ଭେଟୁଥିବାର ଫଟୋ ଏକ୍ସରେ ସେୟାର କରାଯାଇଛି। ଶୁଭାଂଶୁ ଏବଂ ତାଙ୍କ ପତ୍ନୀ କାମନା ୨୦୦୯ରେ ବିବାହ କରିଥିଲେ।

Tags: