ପରିଣୀତିଙ୍କ ସହ ଡେଟିଂ ଗୁଜବ ପାଇଁ ରାଘବ ଚଢ଼ାଙ୍କୁ ଚିଡ଼ାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୭/୩ : ଆପ୍‌ ସାଂସଦ ରାଘବ ଚଢ଼ା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଡେଟ୍‌ କରୁଛନ୍ତି ବୋଲି ‌‌ବେଶ୍‌ କିଛିଦିନ ‌ହେଲା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ଏହି ସମାନ କାରଣ ପାଇଁ ରାଘବ ଚଢ଼ାଙ୍କୁ ସଂସଦରେ ଚିଡ଼ାଇଛନ୍ତି। ସାଂସଦ ରାଘବ ଚଢ଼ା ମେହୁଲ ଚୋକସିଙ୍କ ଏଣ୍ଟିଗୁଆ ନାଗରିକତ୍ବ ଉପରେ ସରକାରଙ୍କ ଏନଓସି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଆ‌ଣିଥିବାବେଳେ ଧନଖଡ଼ କହିଥିଲେ, ଆପଣ, ସୋସିଆଲ ମିଡିଆରେ ବହୁତ […]

Samaya Live Picture
Published On

ନୂଆଦିଲ୍ଲୀ, ୨୭/୩ : ଆପ୍‌ ସାଂସଦ ରାଘବ ଚଢ଼ା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଡେଟ୍‌ କରୁଛନ୍ତି ବୋଲି ‌‌ବେଶ୍‌ କିଛିଦିନ ‌ହେଲା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ଏହି ସମାନ କାରଣ ପାଇଁ ରାଘବ ଚଢ଼ାଙ୍କୁ ସଂସଦରେ ଚିଡ଼ାଇଛନ୍ତି। ସାଂସଦ ରାଘବ ଚଢ଼ା ମେହୁଲ ଚୋକସିଙ୍କ ଏଣ୍ଟିଗୁଆ ନାଗରିକତ୍ବ ଉପରେ ସରକାରଙ୍କ ଏନଓସି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଆ‌ଣିଥିବାବେଳେ ଧନଖଡ଼ କହିଥିଲେ, ଆପଣ, ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା‌‌‌ରେ ରହି ସାରିଛନ୍ତି। ଆଜି ଆପଣଙ୍କ ପାଇଁ ନିରବତାର ଦିନ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ରାଘବ ଚଢ଼ା ଏବଂ ପରିଣୀତି ଚୋପ୍ରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେମାନେ ଏକାଠି ଲଞ୍ଚ ଏବଂ ଡିନର ଡେଟ୍‌ରେ ଯାଇଥିଲେ । ରାଘବ ଏବଂ ପରିଣୀତି ପରସ୍ପରକୁ ଡେଟ୍‌ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ରାଘବଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କହିଥିଲେ, ପରିଣୀତି ନୁହେଁ ମତେ ରାଜନୀତିକୁ ନେଇ ପ୍ରଶ୍ନ କର।

Tags: