ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ପହଞ୍ଚିଛନ୍ତି। ତିନି ଜଣିଆ ନିଯୁକ୍ତି କମିଟିର ସୁପାରିଶ କ୍ରମେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି କରନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଲୋକସଭାର ବିରୋଧୀ ଦଳ ନେତା ଏବଂ ଭାରତର ମୁଖ୍ୟ ବିଚାରପତି କିମ୍ବା ତାଙ୍କ ଦ୍ୱାରା ମନୋନୀତ ସୁପ୍ରିମକୋର୍ଟର ଜଣେ ବିଚାରପତି ସାମିଲ ଅଛନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ପହଞ୍ଚିଛନ୍ତି। ତିନି ଜଣିଆ ନିଯୁକ୍ତି କମିଟିର ସୁପାରିଶ କ୍ରମେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି କରନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଲୋକସଭାର ବିରୋଧୀ ଦଳ ନେତା ଏବଂ ଭାରତର ମୁଖ୍ୟ ବିଚାରପତି କିମ୍ବା ତାଙ୍କ ଦ୍ୱାରା ମନୋନୀତ ସୁପ୍ରିମକୋର୍ଟର ଜଣେ ବିଚାରପତି ସାମିଲ ଅଛନ୍ତି। ୨୦୧୯ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଛଅ ମାସରୁ କମ୍ କାର୍ଯ୍ୟକାଳ ବାକି ଥିବା କୌଣସି ଅଧିକାରୀଙ୍କୁ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ବିଚାର କରାଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷରୁ କମ୍ ହୋଇପାରିବ ନାହିଁ ଏବଂ କେବଳ ନିଯୁକ୍ତି କମିଟିର ସମ୍ମତିରେ ତାଙ୍କୁ ସ୍ଥାନାନ୍ତର କରାଯାଇପାରିବ। କେନ୍ଦ୍ରୀୟ ସତର୍କତା ଆୟୋଗ ଆଇନ ୨୦୦୩ ଅନୁଯାୟୀ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ 2 ବର୍ଷ ଧାର୍ଯ୍ୟ କରାଯାଇଥିଲା।




