ପରକୀୟା ପ୍ରୀତି ପୁଣି ଅପରାଧ ଶ୍ରେଣୀଭୁକ୍ତ ହେବ !

ନୂଆଦିଲ୍ଲୀ: ପରକୀୟା ପ୍ରୀତିକୁ ପୁଣି ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ଏକ ସଂସଦୀୟ ସ୍ଥାୟୀ କମିଟି ସୁପାରିସ କରିପାରନ୍ତି। କମିଟି ବ୍ରିଟିଶ ସମୟରୁ ଚାଲି ଆସିଥିବା ଏହି ଆଇନରେ ସଂପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ତର୍ଜମା ଆରମ୍ଭ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିମୟ ଉପରେ ଏହି କମିଟି ଅଧ୍ୟୟନ କରୁଛନ୍ତି। ପରକୀୟା ପ୍ରୀତିକୁ ପୁଣି ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ଲିଙ୍ଗଗତ ସମାନତା ପ୍ରାବଧାନ […]

Samaya Live Picture
Published On

ନୂଆଦିଲ୍ଲୀ: ପରକୀୟା ପ୍ରୀତିକୁ ପୁଣି ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ଏକ ସଂସଦୀୟ ସ୍ଥାୟୀ କମିଟି ସୁପାରିସ କରିପାରନ୍ତି। କମିଟି ବ୍ରିଟିଶ ସମୟରୁ ଚାଲି ଆସିଥିବା ଏହି ଆଇନରେ ସଂପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ତର୍ଜମା ଆରମ୍ଭ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିମୟ ଉପରେ ଏହି କମିଟି ଅଧ୍ୟୟନ କରୁଛନ୍ତି। ପରକୀୟା ପ୍ରୀତିକୁ ପୁଣି ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ଲିଙ୍ଗଗତ ସମାନତା ପ୍ରାବଧାନ ରଖାଯିବ। ଏହି ପ୍ରକ୍ରିୟାରେ ସମଲିଙ୍ଗୀ ଯୌନ ସଂପର୍କକୁ ମଧ୍ୟ ପୁଣି ଅପରାଧିକ ଶ୍ରେଣୀଭୁକ୍ତ କରିବା ପାଇଁ ସୁପାରିସ କରାଯିବାକୁ ଯୋଜନା ରହିଛି । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମ୍‌କୋର୍ଟ ଭିନ୍ନ ଭିନ୍ନ ରାୟରେ ପରକୀୟା ପ୍ରୀତି ଏବଂ ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିଦେଇଥିଲେ।

Tags: