ପନ୍ନୁନ ହତ୍ୟାକାଣ୍ଡ ସହ ‘ର’ ଅଫିସରଙ୍କ ସମ୍ପୃକ୍ତି ସଂକ୍ରାନ୍ତ ଆମେରିକା ରିପୋର୍ଟକୁ ସମାଲୋଚନା କଲା ଭାରତ
ନୂଆଦିଲ୍ଲୀ: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନକୁ ହତ୍ୟା କରିବାପାଇଁ ଜଣେ ପୂର୍ବତନ ଭାରତୀୟ ଗୁଇନ୍ଦା ଅଧିକାରୀ ଯୋଜନା କରିଥିଲେ ବୋଲି ୱାସିଂଟନ ପୋଷ୍ଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଭାରତର ରିସର୍ଚ୍ଚ ଆଣ୍ଡ ଏନାଲିସିସ୍ ୱିଙ୍ଗ୍ (‘ର’)ର ଜଣେ ପୂର୍ବତନ ଅଧିକାରୀ ବିକ୍ରମ ଯାଦବ ଗୁରପତୱନ୍ତ ସିଂହ ପନ୍ନୁନକୁ ଟାର୍ଗେଟ୍ କରିବାପାଇଁ ଏକ ହିଟ୍ ଟିମକୁ କାମରେ ଲଗାଇଥିଲେ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି। ତେବେ ଭାରତୀୟ […]
ନୂଆଦିଲ୍ଲୀ: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନକୁ ହତ୍ୟା କରିବାପାଇଁ ଜଣେ ପୂର୍ବତନ ଭାରତୀୟ ଗୁଇନ୍ଦା ଅଧିକାରୀ ଯୋଜନା କରିଥିଲେ ବୋଲି ୱାସିଂଟନ ପୋଷ୍ଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଭାରତର ରିସର୍ଚ୍ଚ ଆଣ୍ଡ ଏନାଲିସିସ୍ ୱିଙ୍ଗ୍ (‘ର’)ର ଜଣେ ପୂର୍ବତନ ଅଧିକାରୀ ବିକ୍ରମ ଯାଦବ ଗୁରପତୱନ୍ତ ସିଂହ ପନ୍ନୁନକୁ ଟାର୍ଗେଟ୍ କରିବାପାଇଁ ଏକ ହିଟ୍ ଟିମକୁ କାମରେ ଲଗାଇଥିଲେ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି। ତେବେ ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରନ୍ଧିର ଜୈସ୍ବାଲ ଏହି ରିପୋର୍ଟକଚ ‘ଅନୁଚିତ ଏବଂ ଅପ୍ରମାଣିତ’ ବୋଲି କହିଛନ୍ତି। ଜୈସ୍ବାଲ କହିଛନ୍ତି, ଅପରାଧ ଏବଂ ଆତଙ୍କବାଦ ନେଟୱାର୍କ ସଂକ୍ରାନ୍ତରେ ଆମେରିକା ଦ୍ବାରା ହୋଇଥିବା କେତେକ ଚିନ୍ତାଜନକ ସୁରକ୍ଷା ପ୍ରସଙ୍ଗ ଉପରେ ଏକ ଉଚ୍ଚ ସ୍ତରୀୟ କମିଟି ତଦନ୍ତ କରୁଛନ୍ତି। ତେବେ ଆମେରିକା ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଭାରତ ଖଣ୍ଡନ କରିଛି। ପନ୍ନୁନ ହତ୍ୟାକାଣ୍ଡରେ ଭାରତ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରିବାପାଇଁ ଭାରତ ଗତ ୨୦୨୩ ନଭେମ୍ବରରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲା।




