ପତ୍ନୀଙ୍କ ଶେଷକୃତ୍ୟ ‌ଶେଷ କରି ଲଣ୍ଡନ ଫେରୁଥିବା ସ୍ବାମୀଙ୍କ ମୃତ୍ୟୁ, ଅପେକ୍ଷା କରିଥିଲେ ୨ କୁନି ଝିଅ

ଅହମ୍ମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ମୃତ ଯାତ୍ରୀଙ୍କୁ ନେଇ ଅନେକ ଚାଞ୍ଚଲ୍ୟକର ଓ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ନିଜ ପତ୍ନୀଙ୍କ ଶେଷକୃତ୍ୟ ପରେ ଲଣ୍ଡନ ଫେରୁଥିବା ଅର୍ଜୁନ ପାଟୋଲିଆ (୩୮)ଙ୍କ ମୃତ୍ୟୁ ଘଟଣା ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମୃତ୍ୟୁ ପରେ ଅସ୍ଥିକୁ ପୈତୃକ ଗାଁରେ ବିସର୍ଜନ କରିବାପାଇଁ ଇଂଲଣ୍ଡରେ ରହୁଥିବା ଅର୍ଜୁନଙ୍କ ପତ୍ନୀ ଭାରତୀବେନ୍‌ ଶେଷ ଇଚ୍ଛା ପୋଷଣ କରିଥିଲେ। ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ […]

ପତ୍ନୀଙ୍କ ଶେଷକୃତ୍ୟ ‌ଶେଷ କରି ଲଣ୍ଡନ ଫେରୁଥିବା ସ୍ବାମୀଙ୍କ ମୃତ୍ୟୁ, ଅପେକ୍ଷା କରିଥିଲେ ୨ କୁନି ଝିଅ
Samaya Live Picture
Published On

ଅହମ୍ମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ମୃତ ଯାତ୍ରୀଙ୍କୁ ନେଇ ଅନେକ ଚାଞ୍ଚଲ୍ୟକର ଓ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ନିଜ ପତ୍ନୀଙ୍କ ଶେଷକୃତ୍ୟ ପରେ ଲଣ୍ଡନ ଫେରୁଥିବା ଅର୍ଜୁନ ପାଟୋଲିଆ (୩୮)ଙ୍କ ମୃତ୍ୟୁ ଘଟଣା ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମୃତ୍ୟୁ ପରେ ଅସ୍ଥିକୁ ପୈତୃକ ଗାଁରେ ବିସର୍ଜନ କରିବାପାଇଁ ଇଂଲଣ୍ଡରେ ରହୁଥିବା ଅର୍ଜୁନଙ୍କ ପତ୍ନୀ ଭାରତୀବେନ୍‌ ଶେଷ ଇଚ୍ଛା ପୋଷଣ କରିଥିଲେ। ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଅର୍ଜୁନ ଗୁଜରାଟର ଆମରେଲି ଆସିଥିଲେ। ଗୁଜରାଟରେ ରହୁଥିବା ନିଜର ଯୌଥ ପରିବାର ସହ ଅର୍ଜୁନ ପତ୍ନୀଙ୍କ ଅସ୍ଥି ବିସର୍ଜନ କରିଥି‌ଲେ। ଗାଁ ରେ ୭ ଦିନ ରହିବା ପରେ ଜୁନ୍‌ ୧୨ ତାରିଖରେ ଅର୍ଜୁନ ଲଣ୍ଡନ ପ୍ରତ୍ୟାବର୍ତ୍ତନ କରିବାକୁ ଏଆଇର-୧୭୧ ବିମାନରେ ଚଢ଼ିଥିଲେ। ତେବେ ବ୍ରିଟେନରେ ଥିବା ୪ ଓ ୮ ବର୍ଷର ଦୁଇ ଝିଅଙ୍କ ପାଖକୁ ଫେରିବା ଆଉ ତାଙ୍କ ଭାଗ୍ୟରେ ନଥିଲା। ଭୟାନକ ବିମାନ ଦୁର୍ଘଟଣାରେ ଗୁଜରାଟ ମାଟିରେ ତାଙ୍କର ଜୀବନ ଚାଲିଗଲା। ସେପଟେ ବ୍ରିଟେନରେ ୨ ଝିଅ ବାପାଙ୍କୁ ଅପେକ୍ଷା କରି ରହିଛନ୍ତି।

Tags: