ପତ୍ନୀକୁ ହସ୍ପିଟାଲ୍ ବେଡ୍ରେ ମାରିଲା ନୃଶଂସ ସ୍ବାମୀ
ଚେନ୍ନାଇ: ତାମିଲନାଡ଼ୁର କରୁର ଜିଲ୍ଲାରେ ଜଣେ ୨୭ ବର୍ଷୀୟା ମହିଳାଙ୍କର ସ୍ବାମୀଙ୍କ ସହ ଝଗଡ଼ା ଏବଂ ମାଡ଼ପିଟ ହେବାପରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ନୃଶଂସ ସ୍ବାମୀ ହସ୍ପିଟାଲ୍ ବେଡ୍ରେ ବି ପତ୍ନୀଙ୍କୁ ଛାଡ଼ିଲାନି। ହସ୍ପିଟାଲ୍ ବେଡ୍ରେ ଉକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀ ଛୁରି ଭୁସି ମାରି ଦେଇଛି। ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାଁ ଶ୍ରୁତି। ସେ ପଟ୍ଟଭାରତିର ବିଶ୍ରୁତଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ୨ ଜଣ ପିଲା ଅଛନ୍ତି। ଶନିବାର […]
ଚେନ୍ନାଇ: ତାମିଲନାଡ଼ୁର କରୁର ଜିଲ୍ଲାରେ ଜଣେ ୨୭ ବର୍ଷୀୟା ମହିଳାଙ୍କର ସ୍ବାମୀଙ୍କ ସହ ଝଗଡ଼ା ଏବଂ ମାଡ଼ପିଟ ହେବାପରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ନୃଶଂସ ସ୍ବାମୀ ହସ୍ପିଟାଲ୍ ବେଡ୍ରେ ବି ପତ୍ନୀଙ୍କୁ ଛାଡ଼ିଲାନି। ହସ୍ପିଟାଲ୍ ବେଡ୍ରେ ଉକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀ ଛୁରି ଭୁସି ମାରି ଦେଇଛି। ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାଁ ଶ୍ରୁତି। ସେ ପଟ୍ଟଭାରତିର ବିଶ୍ରୁତଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ୨ ଜଣ ପିଲା ଅଛନ୍ତି। ଶନିବାର ଶ୍ରୁତିଙ୍କର ତାଙ୍କ ସ୍ବାମୀଙ୍କ ସହ ଝଗଡ଼ା ହୋଇଥିଲା। ସ୍ବାମୀଙ୍କ ମାଡ଼ରେ ସେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ରବିବାର ସକାଳେ ବିଶ୍ରୁତ ହସ୍ପିଟାଲରେ ପଶି ଶ୍ରୁତିଙ୍କୁ ହସ୍ପିଟାଲ ବେଡ୍ରେ ଛୁରି ଭୁସି ହତ୍ୟା କରିଛି। ଶ୍ରୁତି ଅଚେତ ଥିବାବେଳେ ବିଶ୍ରୁତ ତାଙ୍କୁ ୩ ଥର ଛୁରି ଭୁସି ପଳାଇ ଆସିଥିଲ। ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।




