ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ନଛାଡ଼ିବାଯାଏଁ ଗାଜାରେ ଲାଇନ, ପାଣି ସବୁ ବନ୍ଦ ରହିବ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ୍‌ ବିରୋଧରେ ଏହାର ଆକ୍ରମଣକୁ ଜୋରଦାର କରିଛି ଏବଂ ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ଭୟଙ୍କର ବୋମାବର୍ଷା ଜାରି ରଖିଛି। ଇସ୍ରାଏଲ ହମାସ ଆତଙ୍କବାଦୀ ଗୋଷ୍ଠୀକୁ କଡ଼ା ଚେତାବନୀ ଦେଇଛି। ହମାସ ପଣବନ୍ଦୀ ରଖିଥିବା ସମସ୍ତ ଇସ୍ରାଏଲୀ ନାଗରିକଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଗାଜାକୁ କୌଣସି ପ୍ରକାର ମାନବୀୟ ସହାୟତା ପହଞ୍ଚିବନି ବୋଲି ଇସ୍ରାଏଲ ଚେତାଇ ଦେଇଛି। ଇସ୍ରାଏଲ ଶକ୍ତି ମନ୍ତ୍ରୀ କହିଛନ୍ତି, ଇସ୍ରାଏଲରୁ […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ୍‌ ବିରୋଧରେ ଏହାର ଆକ୍ରମଣକୁ ଜୋରଦାର କରିଛି ଏବଂ ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ଭୟଙ୍କର ବୋମାବର୍ଷା ଜାରି ରଖିଛି। ଇସ୍ରାଏଲ ହମାସ ଆତଙ୍କବାଦୀ ଗୋଷ୍ଠୀକୁ କଡ଼ା ଚେତାବନୀ ଦେଇଛି। ହମାସ ପଣବନ୍ଦୀ ରଖିଥିବା ସମସ୍ତ ଇସ୍ରାଏଲୀ ନାଗରିକଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଗାଜାକୁ କୌଣସି ପ୍ରକାର ମାନବୀୟ ସହାୟତା ପହଞ୍ଚିବନି ବୋଲି ଇସ୍ରାଏଲ ଚେତାଇ ଦେଇଛି। ଇସ୍ରାଏଲ ଶକ୍ତି ମନ୍ତ୍ରୀ କହିଛନ୍ତି, ଇସ୍ରାଏଲରୁ ଅପହୃତ ନାଗରିକମାନେ ଘରକୁ ନଫେରିବା ଯାଏଁ ଗାଜାରେ ଇଲେକ୍ଟ୍ରିକ୍‌ ସୁଇଚ୍‌ ଅନ୍‌ ହେବନି କି ପାଣି ଟ୍ୟାପ୍‌ ଖୋଲିବନି। ଇନ୍ଧନ ଟ୍ରକ୍‌ ବି ଗାଜାକୁ ଯିବନି। ଉଲ୍ଲେଖଯୋଗ୍ୟ ଯେ ପାଖାପାଖି ୧୫୦ ଇସ୍ରାଏଲୀ ନାଗରିକଙ୍କୁ ହମାସମାନେ ଗାଜା ଷ୍ଟ୍ରିପ୍‌କୁ ଅପହରଣ କରିନେଇଛନ୍ତି। ଗାଜାରେ ଅତି ଭୟଙ୍କର ସଙ୍କଟ ଉପୁଜିଛି। ହସ୍ପିଟାଲ୍‌ଗୁଡ଼ିକୁ ଶବଗୃହରେ ପରିଣତ ନକରିବାପାଇଁ ଗାଜାକୁ ଇନ୍ଧନ ଯୋଗାଣ କରିବାକୁ ରେଡ୍‌କ୍ରସ୍‌ପକ୍ଷରୁ ଇସ୍ରାଏଲକୁ ଅନୁରୋଧ କରାଯାଇଛି। କିନ୍ତୁ ଇସ୍ରାଏଲ ହମାସ ଆନ୍ଦୋଳନକୁ ଶେଷ କରିବାପାଇଁ ଶପଥ ନେଇଛି। ଶନିବାର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏ‌ଲରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅଧିକାଂଶ ଲୋକଙ୍କୁ ସେମାନଙ୍କ ଘରେ ପଶି ଗୁଳି କରି ହତ୍ୟା କରାଯାଇଛି। ଅନ୍ୟପକ୍ଷେ ଗାଜାରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଗାଜା କର୍ତ୍ତୃପକ୍ଷମାନେ କହିଛନ୍ତି।
ଅନ୍ୟପକ୍ଷେ ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ପଶି ଭୟଙ୍କର ଆକ୍ରମଣ କରିବାପାଇଁ ପ୍ରସ୍ତୁତି ଚାଲିଛି। ଏବେ ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ଆକାଶ ମାର୍ଗରୁ ଏବଂ ଗାଜା ବାହାରୁ ଆକ୍ରମଣ କରୁଥିଲା। କିନ୍ତୁ ଆଗକୁ ଗାଜାରେ ପଶି ଭୟଙ୍କର ଆକ୍ରମଣ କରାଯିବ । ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲରେ ବିଦେଶ ନାଗରିକଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଇସ୍ରାଏଲରେ ୨୭ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ହ୍ବାଇଟ୍‌ ହାଉସ୍‌ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦ ଜଣ ଥାଇ ନାଗିରକଙ୍କ ମୃତ୍ୟୁ ହୋଇଛି। ବ୍ରିଟେନ୍‌ର ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୩ ଜଣ ଚୀନ୍‌ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି।

Tags: