ପଞ୍ଜାବ ବଟଲାରେ ଗୋଷ୍ଠୀ ସଂଘର୍ଷ, ୪ ମୃତ; ୮ ଗୁରୁତର

ଚଣ୍ଡିଗଡ଼: ପଞ୍ଜାବର ବାଟଲା ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଛି। ବିଥୱାନ୍‌ ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀର ସଦସ୍ୟମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଥିଲେ। ପୁଲିସ ପକ୍ଷରୁ କୁହାଯାଇଛି ଯେ, ଦୁଇ ଗୋଷ୍ଠୀର ୧୩ଜଣ ସଦସ୍ୟ ପରସ୍ପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଗୁରୁତର ଆହତ ହୋଇଛନ୍ତି। […]

Samaya Live Picture
Published On

ଚଣ୍ଡିଗଡ଼: ପଞ୍ଜାବର ବାଟଲା ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଛି। ବିଥୱାନ୍‌ ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀର ସଦସ୍ୟମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଥିଲେ। ପୁଲିସ ପକ୍ଷରୁ କୁହାଯାଇଛି ଯେ, ଦୁଇ ଗୋଷ୍ଠୀର ୧୩ଜଣ ସଦସ୍ୟ ପରସ୍ପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Tags: