ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୧୧ ଜଣ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୧୧ ଜଣ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ବରେ ଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏକ୍ସରେ ଏହି ସୂଚନା ଦେଇଛନ୍ତି। ସ୍ଥାୟୀ ହୋଇଥିବା ବିଚାରପତିମାନେ ହେଉଛନ୍ତି ଜଷ୍ଟିସ୍ ନିଧି ଗୁପ୍ତା, ସଞ୍ଜୟ ବଶିଷ୍ଠ, ତ୍ରିଭୁବନ ଦହିୟା, ନମିତ କୁମାର, ହରକେଶ ମନୁଜ, ଅମନ ଚୌଧରୀ, […]

Samaya Live Picture
Published On

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୧୧ ଜଣ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ବରେ ଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏକ୍ସରେ ଏହି ସୂଚନା ଦେଇଛନ୍ତି। ସ୍ଥାୟୀ ହୋଇଥିବା ବିଚାରପତିମାନେ ହେଉଛନ୍ତି ଜଷ୍ଟିସ୍ ନିଧି ଗୁପ୍ତା, ସଞ୍ଜୟ ବଶିଷ୍ଠ, ତ୍ରିଭୁବନ ଦହିୟା, ନମିତ କୁମାର, ହରକେଶ ମନୁଜ, ଅମନ ଚୌଧରୀ, ନରେଶ ସିଂହ ଶେଖାୱତ, ହର୍ଷ ବୁଙ୍ଗେର, ଜଗମୋହନ ବଂଶଲ, ଦୀପକ ମାନଚନ୍ଦା ଓ ଜଷ୍ଟିସ ଆଲୋକ କୁମାର ଜୈନ। ସୁପ୍ରିମ୍‌କୋର୍ଟ କଲେଜିୟମ୍ ଏହି ବିଚାରପତିମାନଙ୍କୁ ସ୍ଥାୟୀ କରିବା ପାଇଁ ସେପ୍ଟେମ୍ବର ୧୪ ତାରିଖରେ ସୁପାରିସ କରିଥିଲେ। ସେମାନେ ଗତବର୍ଷ ଅଗଷ୍ଟ ୧୬ ତାରିଖରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ମୋଟ ୮୫ ଜଣ ବିଚାରପତିଙ୍କ ସ୍ଥାନରେ ସେପ୍ଟେମ୍ବର ପହିଲା ସୁଦ୍ଧା ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମାତ୍ର ୫୮ ଜଣ ବିଚାରପତିଙ୍କୁ ନେଇ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

Tags: