ପଞ୍ଜାବ ଆପ୍ ନେତାଙ୍କୁ ଶିରୋମଣି ଅକାଳୀ ଦଳ ନେତାଙ୍କ ଦ୍ବାରା ଗୁଳି ମାଡ଼

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍)ର ଜଣେ ନେତା ଶିରୋମଣି ଅକାଳୀ ଦଳର ଜଣେ ନେତାଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି। ପଞ୍ଜାବର ଫାଜିଲ୍ଲା ଜିଲ୍ଲାରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିରେ ଆହତ ହୋଇଥିବା ସ୍ଥାନୀୟ ଆପ୍ ନେତା ମନଦୀପ ସିଂହ ବ୍ରାରଙ୍କୁ ଜଲାଲାବାଦ ସହରର ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ତାଙ୍କର ଗୁରୁତର ଅବସ୍ଥା ଦେଖି ଅଧିକ ଚିକିତ୍ସା ପାଇଁ ଲୁଧିଆନା ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିଲା। ଜଲାଲାବାଦ ଆପ୍ ବିଧାୟକ ଜଗଦୀପ […]

Samaya Live Picture
Published On

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍)ର ଜଣେ ନେତା ଶିରୋମଣି ଅକାଳୀ ଦଳର ଜଣେ ନେତାଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି। ପଞ୍ଜାବର ଫାଜିଲ୍ଲା ଜିଲ୍ଲାରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିରେ ଆହତ ହୋଇଥିବା ସ୍ଥାନୀୟ ଆପ୍ ନେତା ମନଦୀପ ସିଂହ ବ୍ରାରଙ୍କୁ ଜଲାଲାବାଦ ସହରର ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ତାଙ୍କର ଗୁରୁତର ଅବସ୍ଥା ଦେଖି ଅଧିକ ଚିକିତ୍ସା ପାଇଁ ଲୁଧିଆନା ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିଲା। ଜଲାଲାବାଦ ଆପ୍ ବିଧାୟକ ଜଗଦୀପ କାମ୍ବୋଜ ଗୋଲ୍ଡି ଅଭିଯୋଗ କହିଛନ୍ତି ଯେ ଏହି ଗୁଳି ଅକାଳୀ ନେତା ବରଦେବ ସିଂହ ମାନ୍ ଚଳାଇଥିଲେ। ବ୍ଲକ ଉନ୍ନୟନ ଓ ପଞ୍ଚାୟତ ଅଧିକାରୀ (ବିଡିଓ)ଙ୍କ କାର୍ଯ୍ୟାଳୟ ବାହାରେ ଏହି ଘଟଣା ଘଟିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଫାଜିଲ୍କାର ବରିଷ୍ଠ ପୁଲିସ ଅଧିକାରୀ ବରିନ୍ଦର ସିଂହ ବ୍ରାର ଜଲାଲାବାଦରେ ପହଞ୍ଚି ତଦନ୍ତ କରିଛନ୍ତି। ବିଡିଓଙ୍କ କାର୍ଯ୍ୟାଳୟ ବାହାରେ ଆପ୍ ନେତା ମନଦୀପ ସିଂହ ବ୍ରାରଙ୍କ ସହ ଅକାଳୀ ନେତା ମୁହାଁମୁହିଁ ହୋଇଥିଲେ ଏବଂ ସାମାନ୍ୟ ବଚରା ପରେ ଅଚାନକ ଗୁଳି ଚଳାଇଥିଲେ।

Tags: