ପଞ୍ଜାବର ଅମୃତସରରେ ପତ୍ନୀଙ୍କ ସମ୍ମୁଖରେ ପତିଙ୍କୁ ଦୁବୃର୍ତ୍ତଙ୍କ ଗୁଳିମାଡ଼

ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାର ଏକ ଗାଁରେ ଜଣେ ଆମେରିକୀୟ ନାଗରିକଙ୍କୁ ତାଙ୍କ ଘର ଭିତରେ ଗୁଳିମାଡ଼ କରାଯାଇଛି। ଏହି ଘଟଣା ଡାବୁର୍ଜି ଗ୍ରାମରେ ଘଟିଥିବା ବେଳେ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହା ରେକର୍ଡ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ବ୍ୟକ୍ତି ଘରେ ପଶି ସୁଖଚେନ୍ ସିଂହଙ୍କ ଉପରକୁ ଗୁଳି ଚଳାଉଛନ୍ତି। ପତ୍ନୀଙ୍କ ସମ୍ମୁଖରେ ହିଁ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ଅମୃତସରର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି […]

Samaya Live Picture
Published On

ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାର ଏକ ଗାଁରେ ଜଣେ ଆମେରିକୀୟ ନାଗରିକଙ୍କୁ ତାଙ୍କ ଘର ଭିତରେ ଗୁଳିମାଡ଼ କରାଯାଇଛି। ଏହି ଘଟଣା ଡାବୁର୍ଜି ଗ୍ରାମରେ ଘଟିଥିବା ବେଳେ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହା ରେକର୍ଡ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ବ୍ୟକ୍ତି ଘରେ ପଶି ସୁଖଚେନ୍ ସିଂହଙ୍କ ଉପରକୁ ଗୁଳି ଚଳାଉଛନ୍ତି। ପତ୍ନୀଙ୍କ ସମ୍ମୁଖରେ ହିଁ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ଅମୃତସରର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସିଂହଙ୍କ ପରିବାର ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପରିବାର ଲୋକେ ଆକ୍ରମଣକାରୀଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ ନ କରି ସିଂହଙ୍କ ମୁଣ୍ଡ ଓ ବେକକୁ ଗୁଳିମାଡ଼ କରିଥିଲେ। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଫେସ୍ ବୁକ୍ ରେ ଏହି ଘଟଣାର ଏକ ଭିଡିଓ ପୋଷ୍ଟ କରି ଶିରୋମଣି ଅକାଳୀ ଦଳ (ଏସ୍ଏଡି)ର ସଭାପତି ସୁଖବୀର ସିଂହ ବାଦଲ କହିଛନ୍ତି, ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ବର୍ତ୍ତମାନ ପଞ୍ଜାବର ସ୍ଥିତି ଦେଖି ସେ ବହୁତ ଦୁଃଖିତ ବୋଲି କହିଛନ୍ତି।

Tags: