ପଞ୍ଜାବରେ ୨ ଦିନରେ ୨ ଆତଙ୍କବାଦୀ ଗୋଷ୍ଠୀର ପର୍ଦ୍ଦାଫାସ
ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ପଞ୍ଜାବ ପୁଲିସ ସୋମବାର ଦିନ ପଂଜାବରେ ଏକ ଆତଙ୍କବାଦୀ ଗୋଷ୍ଠୀର ପର୍ଦ୍ଦାଫାସ କରିଛି। ରବିବାର ମଧ୍ୟ ଅନ୍ୟ ଏକ ଆତଙ୍କବାଦୀ ଗୋଷ୍ଠୀର ପର୍ଦ୍ଦାଫାସ କରାଯାଇଥିଲା। ୨ ଦିନରେ ପଞ୍ଜାବ ପୁଲିସ ୨ଟି ଆତଙ୍କବାଦୀ ଗୋଷ୍ଠୀର ପର୍ଦ୍ଦାଫାସ କଲାଣି। ପୁଲିସ ଶନିବାର ଗିରଫ କରିଥିବା ୫ ଜଣ ବ୍ୟକ୍ତି ରାଜ୍ୟରେ ଏକ ବଡ଼ ଆକ୍ରମଣ ଯୋଜନା କରିଥିଲେ। ସେମାନେ ହରବିନ୍ଦର ରିଣ୍ଡା ଏବଂ ଗୋଲ୍ଡି ବ୍ରାର୍ ପାଇଁ କାମ କରୁଥିବା ଜଣାପଡ଼ିଛି। […]
ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ପଞ୍ଜାବ ପୁଲିସ ସୋମବାର ଦିନ ପଂଜାବରେ ଏକ ଆତଙ୍କବାଦୀ ଗୋଷ୍ଠୀର ପର୍ଦ୍ଦାଫାସ କରିଛି। ରବିବାର ମଧ୍ୟ ଅନ୍ୟ ଏକ ଆତଙ୍କବାଦୀ ଗୋଷ୍ଠୀର ପର୍ଦ୍ଦାଫାସ କରାଯାଇଥିଲା। ୨ ଦିନରେ ପଞ୍ଜାବ ପୁଲିସ ୨ଟି ଆତଙ୍କବାଦୀ ଗୋଷ୍ଠୀର ପର୍ଦ୍ଦାଫାସ କଲାଣି। ପୁଲିସ ଶନିବାର ଗିରଫ କରିଥିବା ୫ ଜଣ ବ୍ୟକ୍ତି ରାଜ୍ୟରେ ଏକ ବଡ଼ ଆକ୍ରମଣ ଯୋଜନା କରିଥିଲେ। ସେମାନେ ହରବିନ୍ଦର ରିଣ୍ଡା ଏବଂ ଗୋଲ୍ଡି ବ୍ରାର୍ ପାଇଁ କାମ କରୁଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ୨ଟି ବିଦେଶୀ ପିସ୍ତଲ ମଧ୍ୟ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗିରଫ ୫ ଅଭିଯୁକ୍ତ ଆମେରିକାରୁ ଆର୍ଥିକ ସହାୟତା ପାଉଥିଲେ। ରବିବାର ମଧ୍ୟ ପୁଲିସ ପଞ୍ଜାବର ତରନ ତାରନରେ ୩ ଜଣଙ୍କୁ ଗିରଫ କରିଥିଲା ଏବଂ ସେମାନଙ୍କ ନିକଟରୁ ୩ଟି ପିସ୍ତଲ ଜବତ କରିଥିଲା। ଅନ୍ୟପକ୍ଷେ ଜମ୍ମୁ କାଶ୍ମୀରର ବାରମୁଳାରେ ଆଜି ସେନା ଏବଂ ପୁଲିସ ପାଟ୍ରୋଲିଂ ଟିମ୍ ଆଇଇଡି ଠାବ କରିଛନ୍ତି। କନିସୁପରାରେ ଏକ କଲେଜ୍ ନିକଟରେ ଏକ ବ୍ୟାଗ୍ରେ ଏହି ଆଇଇଡି ଥିବା ଠାବ କରିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଡାକି ଏହା ନଷ୍ଟ କରିଦିଆଯାଇଥିଲା।




