ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବାଜିମାତ୍‌

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବଡ଼ ବିଜୟ ହୋଇଛି । ମମତାଙ୍କ ଦଳ ଟିଏମ୍‌ସି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଜି ମାରିନେଇଛି। ରାଜ୍ୟରେ ଗତ ୮ ତାରିଖରେ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନ, ୯,୭୩୦ ପଞ୍ଚାୟତ ସମିତି ଆସନ ଏବଂ ୯୨୮ ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ତଥ୍ୟ ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଟିଏମ୍‌ସି ୬୩୨୨୯ ଗ୍ରାମ ପଞ୍ଚାୟତ ଆସନରୁ ୩୪,୩୫୯ […]

Samaya Live Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବଡ଼ ବିଜୟ ହୋଇଛି । ମମତାଙ୍କ ଦଳ ଟିଏମ୍‌ସି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଜି ମାରିନେଇଛି। ରାଜ୍ୟରେ ଗତ ୮ ତାରିଖରେ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନ, ୯,୭୩୦ ପଞ୍ଚାୟତ ସମିତି ଆସନ ଏବଂ ୯୨୮ ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ତଥ୍ୟ ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଟିଏମ୍‌ସି ୬୩୨୨୯ ଗ୍ରାମ ପଞ୍ଚାୟତ ଆସନରୁ ୩୪,୩୫୯ ଗ୍ରାମ ପଞ୍ଚାୟତ ଆସନରେ ବିଜୟୀ ହୋଇଛି ଏବଂ ୭୫୨ ଆସନରେ ଆଗୁ୍ଆ ରହିଛି। ଟିଏମ୍‌ସି ପ୍ରତିଦ୍ବନ୍ଦ୍ବୀ ବିଜେପି ୯,୫୪୫ ଆସନରେ ଜିତିଥିବା ବେଳେ ୧୮୦ ଆ‌ସନରେ ଆଗୁଆ ରହିଛି। ସିପିଆଇ(ଏମ୍‌) ୨୮୮୫ ଆସନରେ ବିଜୟୀ ହୋଇଛି। କଂଗ୍ରେସ ୨୪୯୮ ଆସନରେ ବିଜୟୀ ହୋଇଥିବାବେଳେ ୭୨ ଆସନରେ ଆଗୁଆ ରହିଛି।
୨୨ଟି ଜିଲ୍ଲାରେ ୩୩୯ଟି ଗଣତି କେନ୍ଦ୍ରରେ ଗତକାଲିଠାରୁ ଭୋଟ୍‌ ଗଣତି ହୋଇଛି। ଆସନ୍ତା କାଲି ପର୍ଯ୍ୟନ୍ତ ଗଣତି ଜାରି ରହିବ ବୋଲି ଜଣାପଡ଼ିଛି। ୯୨୮ ଜିଲ୍ଲା ପରିଷଦ ଆସନରୁ ଟିଏମ୍‌ସି ୫୫୪ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି ଏବଂ ୨୨୧ ଆସନରେ ଆଗୁଆ ରହିଛି। ବିଜେପି ୧୯ ଆସନରେ ଜିତିଛି। ।

Tags: