ପଞ୍ଚମ ବ୍ୟାଚ୍‌ରେ ଇସ୍ରାଏଲରୁ ଫେରିଲେ ୨୮୬ ଭାରତୀୟ

ନୂଆଦିଲ୍ଲୀ : ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ସରକାର ଆରମ୍ଭ କରିଥିବା ଅପରେସନ ଅଜୟ ଅଧୀନରେ ଗତରାତିରେ ଆଉ ୨୮୬ ଭାରତୀୟ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ନେପାଳର ୧୮ ନାଗରିକଙ୍କ ସମେତ ମୋଟ୍‌ ୨୮୬ ଯାତ୍ରୀଙ୍କୁ ଧରି ଟେଲ ଅଭିଭରୁ ଏକ ସ୍ପାଇସଜେଟ୍‌ ବିମାନ ମଙ୍ଗଳବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏକ ପୋଷ୍ଟ୍‌ କରି ଏହା କହିଛନ୍ତି। ସୂଚନା […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ସରକାର ଆରମ୍ଭ କରିଥିବା ଅପରେସନ ଅଜୟ ଅଧୀନରେ ଗତରାତିରେ ଆଉ ୨୮୬ ଭାରତୀୟ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ନେପାଳର ୧୮ ନାଗରିକଙ୍କ ସମେତ ମୋଟ୍‌ ୨୮୬ ଯାତ୍ରୀଙ୍କୁ ଧରି ଟେଲ ଅଭିଭରୁ ଏକ ସ୍ପାଇସଜେଟ୍‌ ବିମାନ ମଙ୍ଗଳବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏକ ପୋଷ୍ଟ୍‌ କରି ଏହା କହିଛନ୍ତି। ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍‌ ମୁରୁଗାନ୍‌ ଏହି ଯାତ୍ରୀମାନଙ୍କୁ ବିମାନବନ୍ଦରରେ ସ୍ବାଗତ କରୁଥିବା ଫଟୋ ମଧ୍ୟ ବାଗ୍‌ଚି ଏକ୍ସରେ ସେୟାର କରିଛନ୍ତି। ତେବେ ଏମାନଙ୍କ ମଧ୍ୟରେ କେରଳରୁ ୨୨ ଜଣ ଅଛନ୍ତି ବୋଲି କେରଳ ସରକାର କହିଛନ୍ତି।

Tags: