ପଂଜାବ-ହରିୟାଣାରେ ଚାଷୀଙ୍କ ରେଳରୋକୋ ଆନ୍ଦୋଳନ, ୪୯ ଟ୍ରେନ୍ ପ୍ରଭାବିତ ଓ ୯ ଟ୍ରେନ ବାତିଲ
ନୂଆଦିଲ୍ଲୀ: ପଂଜାବ ଓ ହରିୟାଣାରେ ଚାଷୀମାନେ ପୁଣି ଚାଷୀ ଆନ୍ଦୋଳନ ଜୋରଦାର ହୋଇଛି। କୃଷକ ମଜଦୁର ମୋର୍ଚ୍ଚା (କେଏମ୍ଏମ୍) ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ଦ୍ବାରା ଡାକରା ଦିଆଯାଇଥିବା ଆନ୍ଦୋଳନରେ କୃଷକମାନେ ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ଆଜି ୪ ଘଣ୍ଟିଆ ରେଳରୋକୋ ଆନ୍ଦୋଳନ କରିଥିଲେ। ହରିୟାଣାର ଡାବୱାଲି ଓ ଏଲେନାବାଦରେ ଆନ୍ଦୋଳନ ସ୍ଥଳକୁ ଯାଉଥିବା ବେଳେ ଅନେକ କୃଷକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ରାଜସ୍ଥାନର ଦୌସାରେ ମଧ୍ୟ ପୁଲିସ ଆନ୍ଦୋଳନରତ ଚାଷୀଙ୍କୁ […]
ନୂଆଦିଲ୍ଲୀ: ପଂଜାବ ଓ ହରିୟାଣାରେ ଚାଷୀମାନେ ପୁଣି ଚାଷୀ ଆନ୍ଦୋଳନ ଜୋରଦାର ହୋଇଛି। କୃଷକ ମଜଦୁର ମୋର୍ଚ୍ଚା (କେଏମ୍ଏମ୍) ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ଦ୍ବାରା ଡାକରା ଦିଆଯାଇଥିବା ଆନ୍ଦୋଳନରେ କୃଷକମାନେ ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ଆଜି ୪ ଘଣ୍ଟିଆ ରେଳରୋକୋ ଆନ୍ଦୋଳନ କରିଥିଲେ। ହରିୟାଣାର ଡାବୱାଲି ଓ ଏଲେନାବାଦରେ ଆନ୍ଦୋଳନ ସ୍ଥଳକୁ ଯାଉଥିବା ବେଳେ ଅନେକ କୃଷକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ରାଜସ୍ଥାନର ଦୌସାରେ ମଧ୍ୟ ପୁଲିସ ଆନ୍ଦୋଳନରତ ଚାଷୀଙ୍କୁ ଅଟକ ରଖିଛି। ତେବେ ଆଜି ବିଳମ୍ବିତ ସନ୍ଧ୍ୟାରେ ସମସ୍ତ ଅଟକ ଚାଷୀଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଏହି ଆନ୍ଦୋଳନ ଯୋଗୁଁ ୪୯ଟି ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ୯ଟି ଟ୍ରେନ୍ ବାତିଲ ହୋଇଛି। ପଞ୍ଜାବରେ ଆଜି ଏହି ବିକ୍ଷୋଭ ମଧ୍ୟାହ୍ନରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା। କେଏମ୍ଏମ୍ ଓ ଏସ୍ କେଏମ୍ ୮୫ଟି ସ୍ଥାନରେ ଏହି ଆନ୍ଦୋଳନ ଆୟୋଜନ କରିଥିବା ବେଳେ ଏସ୍କେଏମ୍ ଅଧୀନରେ ଥିବା ଅନ୍ୟ ୫ଟି କୃଷକ ସଂଗଠନ ୧୦ରୁ ଅଧିକ ସ୍ଥାନରେ ଆନ୍ଦୋଳନ କରିଥିଲେ। ରାଜସ୍ଥାନରେ ମଧ୍ୟ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।




