ପଂଜାବ ରାଜଭବନ ମେନ୍ୟୁରୁ ହଟିଲା ଟମାଟୋ
ଚଣ୍ଡୀଗଡ଼: ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି। ଚଣ୍ଡିଗଡ଼ରେ ଏବେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୨୦୦ ଟଙ୍କାରୁ ଅଧିକ ରହିଛି। ଏଭଳି ସ୍ଥିତିରେ ପଂଜାବ ରାଜ୍ୟପାଳ ବନୱରିଲାଲ ପୁରୋହିତ ରାଜଭବନ ମେନ୍ୟୁରୁ ଟମାଟୋକୁ ବାଦ୍ ଦେଇଛନ୍ତି। ଟମାଟୋ ବ୍ୟବହାର କମାଇ ଦେଲେ ଏହାର ମୂଲ୍ୟ ହ୍ରାସ ପାଇବ। ତେଣୁ ଲୋକଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଟମାଟୋର ବିକଳ୍ପ ବ୍ୟବହାର ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଶ୍ରୀ ପୁରୋହିତ ପଂଜାବର ରାଜ୍ୟପାଳ ସହିତ କେନ୍ଦ୍ର ଶାସିତ ଅଞ୍ଚଳ […]
ଚଣ୍ଡୀଗଡ଼: ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି। ଚଣ୍ଡିଗଡ଼ରେ ଏବେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୨୦୦ ଟଙ୍କାରୁ ଅଧିକ ରହିଛି। ଏଭଳି ସ୍ଥିତିରେ ପଂଜାବ ରାଜ୍ୟପାଳ ବନୱରିଲାଲ ପୁରୋହିତ ରାଜଭବନ ମେନ୍ୟୁରୁ ଟମାଟୋକୁ ବାଦ୍ ଦେଇଛନ୍ତି। ଟମାଟୋ ବ୍ୟବହାର କମାଇ ଦେଲେ ଏହାର ମୂଲ୍ୟ ହ୍ରାସ ପାଇବ। ତେଣୁ ଲୋକଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଟମାଟୋର ବିକଳ୍ପ ବ୍ୟବହାର ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଶ୍ରୀ ପୁରୋହିତ ପଂଜାବର ରାଜ୍ୟପାଳ ସହିତ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ପ୍ରଶାସକ ମଧ୍ୟ ଅଛନ୍ତି। ରାଜ୍ୟରେ ଲୋକମାନେ ବର୍ଦ୍ଧିତ ଦରଦାମର ପ୍ରଭାବ ଅନୁଭବ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜଭବନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତମାସରେ ଉତ୍ତରପ୍ରଦେଶର ମହିଳା ବିକାଶ ମନ୍ତ୍ରୀ ପ୍ରତିଭା ଶୁକ୍ଳା ଲୋକଙ୍କୁ ବାଡ଼ିରେ ଟମାଟୋ ଚାଷ କରିବା ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ମୂଲ୍ୟ ନିୟନ୍ତ୍ରଣକୁ ରୋକିବା ଲାଗି ଏହାକୁ ନଖାଇବା ଲାଗି ପରାମର୍ଶ ଦେଇ ସମାଲୋଚନାର ଶିକାର ହୋଇଥିଲେ।




