ପଂଜାବ ଆପ୍ ବିଧାୟକଙ୍କୁ ଅଟକ ରଖିଲା ଇଡି

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଦିନ ପଂଜାବର ଆଜମଗଡ଼ ଆପ୍ ବିଧାୟକ ଜସୱନ୍ତ ସିଂହଙ୍କୁ ଅଟକ ରଖିଛି। ଏକ ବୈଠକ ଚାଲିଥିବାବେଳେ ଆଜମଗଡ଼ ଆପ୍ ବିଧାୟକଙ୍କୁ ଇଡି ଉଠାଇ ନେଇଛି। ଉକ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆପ୍ ଦଳର ମୁଖପାତ୍ର ମଲୱିନ୍ଦର କାଙ୍ଗ କହିଛନ୍ତି, ଆମକୁ ଅପମାନିତ କରିବାପାଇଁ ଏହା ବିଜେପିର ଏକ ଷଡ଼ଯନ୍ତ୍ର। ଗତବର୍ଷ ସେପ୍ଟେମ୍ବରରେ ଆପ୍ ନେତାଙ୍କ ବାସଭବନ ସମେତ ତାଙ୍କର ୩ଟି ଠିକଣାରେ ସିବିଆଇ ଚଢ଼ଉ କରିଥିଲା। ୪୧ କୋଟି […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଦିନ ପଂଜାବର ଆଜମଗଡ଼ ଆପ୍ ବିଧାୟକ ଜସୱନ୍ତ ସିଂହଙ୍କୁ ଅଟକ ରଖିଛି। ଏକ ବୈଠକ ଚାଲିଥିବାବେଳେ ଆଜମଗଡ଼ ଆପ୍ ବିଧାୟକଙ୍କୁ ଇଡି ଉଠାଇ ନେଇଛି। ଉକ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆପ୍ ଦଳର ମୁଖପାତ୍ର ମଲୱିନ୍ଦର କାଙ୍ଗ କହିଛନ୍ତି, ଆମକୁ ଅପମାନିତ କରିବାପାଇଁ ଏହା ବିଜେପିର ଏକ ଷଡ଼ଯନ୍ତ୍ର। ଗତବର୍ଷ ସେପ୍ଟେମ୍ବରରେ ଆପ୍ ନେତାଙ୍କ ବାସଭବନ ସମେତ ତାଙ୍କର ୩ଟି ଠିକଣାରେ ସିବିଆଇ ଚଢ଼ଉ କରିଥିଲା। ୪୧ କୋଟି ଟଙ୍କାର ବ୍ୟାଙ୍କ୍ ଠକେଇ ମାମଲାରେ ସିବିଆଇ ଆପ୍ ନେତାଙ୍କ ବାସଭବନରେ ଚଢ଼ଉ କରିଥିଲା। ତେବେ ଇଡି କେଉଁ ମାମଲାରେ ଜସୱନ୍ତ ସିଂହଙ୍କୁ ଅଟକ ରଖିଛି ତାହା ଜଣାପଡ଼ିନି।

Tags: