ପଂଜାବର ତରନ ତାରନରେ ପାକିସ୍ତାନୀ ଡ୍ରୋନ୍‌ ଖସାଇଲା ବିଏସଏଫ୍‌

ଅମୃତସର : ବିଏସଏସ୍‌ ପକ୍ଷରୁ ଆଜି ପଂଜାବରେ ଏକ ପାକିସ୍ତାନୀ ଡ୍ରୋନ୍‌ ଖସାଇ ଦିଆଯାଇଛି। ବିଏସ୍‌ଏଫ ଯବାନମାନେ ଶୁକ୍ରବାର ରାତିରେ ପଂଜାବର ତରନ ତାରନ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ଡ୍ରୋନ୍‌ ଚିହ୍ନଟ କରିବାପରେ ଏହାକୁ ଖସାଇ ଦେଇଛନ୍ତି। ବିଏସଏଫ୍‌ ଏବଂ ପଂଜାବ ପୁଲିସର ମିଳିତ ଉଦ୍ୟମରେ ଏହା ସଫଳ ହୋଇଛି। ପୂର୍ବରୁ ଗତ ଜୁନ୍‌ ୨୨ରେ ପଂଜାବର ଫଜିଲକାରେ ବିଏସଏଫ୍‌ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନ୍‌ ଏବଂ ୨ ପ୍ୟାକେଟ ନାର୍କୋଟିକ୍ସ ଜବତ କରିଥିଲେ। ସମ୍ପୃକ୍ତ […]

Samaya Live Picture
Published On

ଅମୃତସର : ବିଏସଏସ୍‌ ପକ୍ଷରୁ ଆଜି ପଂଜାବରେ ଏକ ପାକିସ୍ତାନୀ ଡ୍ରୋନ୍‌ ଖସାଇ ଦିଆଯାଇଛି। ବିଏସ୍‌ଏଫ ଯବାନମାନେ ଶୁକ୍ରବାର ରାତିରେ ପଂଜାବର ତରନ ତାରନ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ଡ୍ରୋନ୍‌ ଚିହ୍ନଟ କରିବାପରେ ଏହାକୁ ଖସାଇ ଦେଇଛନ୍ତି। ବିଏସଏଫ୍‌ ଏବଂ ପଂଜାବ ପୁଲିସର ମିଳିତ ଉଦ୍ୟମରେ ଏହା ସଫଳ ହୋଇଛି। ପୂର୍ବରୁ ଗତ ଜୁନ୍‌ ୨୨ରେ ପଂଜାବର ଫଜିଲକାରେ ବିଏସଏଫ୍‌ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନ୍‌ ଏବଂ ୨ ପ୍ୟାକେଟ ନାର୍କୋଟିକ୍ସ ଜବତ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

Tags: