ପଂଜାବରେ ଲସ୍କର ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ

ଅମୃତସର : ପଂଜାବରୁ ଏକ ଲସ୍କର ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ ହୋଇଛି। ପଂଜାବ ପୁଲିସ ଅନୁଯାୟୀ ଜମ୍ମୁ କାଶ୍ମୀରର ୨ ବାସିନ୍ଦାଙ୍କୁ ଗିରଫ କରାଯିବାପରେ ଲସ୍କର ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ କରାଯାଇଛି। ୨ଟି ଆଇଇଡି, ୨ଟି ହାଣ୍ଡ ଗ୍ରେନେଡ୍‌, ଗୋଟିଏ ପିସ୍ତଲ, ୨ଟି ମାଗାଜିନ୍‌ , ୨୪ଟି କାଟ୍ରିଜ ଗୋଟିଏ ଟାଇମର ସୁଇଚ୍‌, ୮ଟି ଡିଟୋନେଟର ଏବଂ ୪ଟି ବ୍ୟାଟେରି ମଧ୍ୟ ସେମାନଙ୍କଠାରୁ ଜବତ କରାଯାଇଛି। ଅମୃତସର ପୁଲିସର ରାଜ୍ୟ ସ୍ବତନ୍ତ୍ର ଅପରେସନ୍‌ ସେଲ୍‌ ଦ୍ବାରା ଏହି […]

Samaya Live Picture
Published On

ଅମୃତସର : ପଂଜାବରୁ ଏକ ଲସ୍କର ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ ହୋଇଛି। ପଂଜାବ ପୁଲିସ ଅନୁଯାୟୀ ଜମ୍ମୁ କାଶ୍ମୀରର ୨ ବାସିନ୍ଦାଙ୍କୁ ଗିରଫ କରାଯିବାପରେ ଲସ୍କର ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ କରାଯାଇଛି। ୨ଟି ଆଇଇଡି, ୨ଟି ହାଣ୍ଡ ଗ୍ରେନେଡ୍‌, ଗୋଟିଏ ପିସ୍ତଲ, ୨ଟି ମାଗାଜିନ୍‌ , ୨୪ଟି କାଟ୍ରିଜ ଗୋଟିଏ ଟାଇମର ସୁଇଚ୍‌, ୮ଟି ଡିଟୋନେଟର ଏବଂ ୪ଟି ବ୍ୟାଟେରି ମଧ୍ୟ ସେମାନଙ୍କଠାରୁ ଜବତ କରାଯାଇଛି। ଅମୃତସର ପୁଲିସର ରାଜ୍ୟ ସ୍ବତନ୍ତ୍ର ଅପରେସନ୍‌ ସେଲ୍‌ ଦ୍ବାରା ଏହି ଅପରେସନ୍‌ କରାଯାଇଛି ବୋଲି ଡିଜିପି ଗୌରବ ଯାଦବ କହିଛନ୍ତି। ଏଲ୍‌ଇଟିର ଜଣେ ସକ୍ରିୟ ସଦସ୍ୟ ଏହି ନେଟୱର୍କକୁ ପରିଚାଳନା କରୁଥିଲା।

Tags: