ପଂଜାବରେ ଝିଅକୁ ହତ୍ୟା କଲା ବାପା, ବାଇକ୍‌ରେ ମର ଶରୀର ବାନ୍ଧିଲା

ଅମୃତସର: ପଂଜାବରେ ଜଣେ ବ୍ୟକ୍ତି ନିଜ ଝିଅକୁ ହତ୍ୟା କରିଛି। ଝିଅକୁ ହତ୍ୟା କରିବାପରେ ସେ ଝିଅର ମର ଶରୀରକୁ ବାଇକ୍ ପଛରେ ବାନ୍ଧିଛି ଏବଂ ଘୋଷାଡ଼ି ଘୋଷାଡ଼ି ନେଇ ରେଳ ଧାରଣାରେ ପକାଇ ଦେଇଛି। ପଂଜାବର ଅମୃତସର ଜିଲ୍ଲାରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଏବେ ଗିରଫ ହୋଇଛି। ଝିଅ ଗୋଟିଏ ଦିନ ଘର ବାହାରେ ରହିବାରୁ ସେ ଝିଅର ଚରିତ୍ରକୁ ସନ୍ଦେହ କରି ଝିଅକୁ ହତ୍ୟା କରିଦେଇଛି। ଅଭିଯୁକ୍ତର ନାଁା ହେଉଛି ବଉ। […]

Samaya Live Picture
Published On

ଅମୃତସର: ପଂଜାବରେ ଜଣେ ବ୍ୟକ୍ତି ନିଜ ଝିଅକୁ ହତ୍ୟା କରିଛି। ଝିଅକୁ ହତ୍ୟା କରିବାପରେ ସେ ଝିଅର ମର ଶରୀରକୁ ବାଇକ୍ ପଛରେ ବାନ୍ଧିଛି ଏବଂ ଘୋଷାଡ଼ି ଘୋଷାଡ଼ି ନେଇ ରେଳ ଧାରଣାରେ ପକାଇ ଦେଇଛି। ପଂଜାବର ଅମୃତସର ଜିଲ୍ଲାରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଏବେ ଗିରଫ ହୋଇଛି। ଝିଅ ଗୋଟିଏ ଦିନ ଘର ବାହାରେ ରହିବାରୁ ସେ ଝିଅର ଚରିତ୍ରକୁ ସନ୍ଦେହ କରି ଝିଅକୁ ହତ୍ୟା କରିଦେଇଛି। ଅଭିଯୁକ୍ତର ନାଁା ହେଉଛି ବଉ। ସେ ଜଣେ ନିହାଙ୍ଗ ଶିଖ୍। ଜଣେ ଶ୍ରମିକ ଭାବେ ସେ କାମ କରେ। ଗୁରୁବାର ଦିନ ଏହି ଘଟଣା ଘଟିଛି। ସିସିଟିଭି କ୍ୟାମେରାରେ ମଧ୍ୟ ଏହି ଘଟଣା ରେକର୍ଡ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଝିଅର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ହତ୍ୟା କରିଛି। ପୁଲିସ ଅନୁଯାୟୀ ବଉର ଝିଅ ବୁଧବାର ଘରେ କାହାକୁ କିଛି ନକହି କୁଆଡ଼େ ପଳାଇଥିଲା। ସେ ଗୁରୁବାର ଘରକୁ ଫେରିଥିଲା। ବଉ ଏଥିରେ ପ୍ରବଳ ରାଗି ଯାଇଥିଲା। ଝିଅ ଆସୁଆସୁ ସେ ଝିଅକୁ ମାରଧର କରିଥିଲା ଏବଂ ଏକ ଧାରୁଆ ଅସ୍ତ୍ରରେ ଝିଅକୁ ହତ୍ୟା କରିଥିଲା।

Tags: