ନାୟବ ସିଂହ ସାଇନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପି ନେତା ନାୟବ ସିଂହ ସାଇନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ। ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ନାୟବ ସିଂହ ସାଇନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟା ୫ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମନୋହର ଲାଲ ଖଟ୍ଟର ଏବଂ ତାଙ୍କ ସମଗ୍ର କ୍ୟାବିନେଟ ଆଜି ରାଜ୍ୟପାଳଙ୍କ ନିକଟରେ ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିବାପରେ ନାୟବ ସିଂହ ସାଇନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ବିଦାୟୀ କ୍ୟାବିନେଟରେ […]

Samaya Live Picture
Published On

ନୂଆଦିଲ୍ଲୀ: ବିଜେପି ନେତା ନାୟବ ସିଂହ ସାଇନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ। ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ନାୟବ ସିଂହ ସାଇନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟା ୫ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମନୋହର ଲାଲ ଖଟ୍ଟର ଏବଂ ତାଙ୍କ ସମଗ୍ର କ୍ୟାବିନେଟ ଆଜି ରାଜ୍ୟପାଳଙ୍କ ନିକଟରେ ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିବାପରେ ନାୟବ ସିଂହ ସାଇନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ବିଦାୟୀ କ୍ୟାବିନେଟରେ ଜେଜେପିର ୩ ସଦସ୍ୟଙ୍କ ସମେତ ମୋଟ୍ ୧୪ ଜଣ ମନ୍ତ୍ରୀ ଥିଲେ। ଖୁବ୍ ଶୀଘ୍ର ନୂଆ କ୍ୟାବିନେଟ୍ ଗଠନ ହେବ। ନୟାବ ସିଂହ ସାଇନିଙ୍କ ବୟସ ୫୪। ସେ କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଛନ୍ତି ଏବଂ ସେ ଓବିସି ସମ୍ପ୍ରଦାୟର ସଦସ୍ୟ। ଗତବର୍ଷ ଅକ୍ଟୋବରରେ ତାଙ୍କୁ ବିଜେପିର ହରିୟାଣା ବିଭାଗର ସଭାପତି ନିଯୁକ୍ତ କରାଯାଇଥିଲା। ୧୯୯୬ରେ ସେ ବିଜେପି ଦଳରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଧୀରେଧୀରେ ସେ ଆଗକୁ ବଢ଼ିଲେ। ସାଇନି ୨୦୦୨ରେ ଅମ୍ବାଲାରେ ବିଜେପି ଯୁବଶାଖାର ଜିଲ୍ଲା ସାଧାରଣ ସଚିବ ହେଲେ। ୨୦୦୫ରେ ସେ ଅମ୍ବାଲାରେ ଜିଲ୍ଲା ସଭାପତି ହେଲେ। ୨୦୧୪ରେ ସେ ନାରାୟଣଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହେଲେ। ୨୦୧୬ରେ ସେ ହରିୟାଣାରେ ମନ୍ତ୍ରୀ ନିଯୁକ୍ତ ହେଲେ। ୨୦୧୯ ଲୋକସଭା ନିର୍ବାଚନରେ ସାଇନି କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀରୁ ଜିତିଲେ।

Tags: