ନ୍ୟୁୟର୍କ ଗୁରୁଦ୍ବାରରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଟଣାଓଟରା କଲେ ଖଲିସ୍ତାନୀ ସମର୍ଥକ
ନୂଆଦିଲ୍ଲୀ: ଆମେରିକାକୁ ଭାରତୀୟ ଆମ୍ବାସାଡର ତରନଜିତ ସିଂହ ସନ୍ଧୁ ନ୍ୟୁୟର୍କ ସ୍ଥିତ ଗୁରୁଦ୍ବାରକୁ ଯାଇଥିବାବେଳେ ଖଲିସ୍ତାନୀ ସମର୍ଥକମାନେ ତାଙ୍କୁ ଟଣାଓଟରା କରିଛନ୍ତି। ସୋସିଆଲ ମିଡିଆରେ ଜାରି ହୋଇଥିବା ଏକ ଭିଡିଓରୁ ଏହା ଜାଣିବାକୁ ମିଳିଛି। ବିଜେପି ମୁଖପାତ୍ର ଆର୍ପି ସିଂହଙ୍କ ଦ୍ବାରା ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ଲୋକ ଆମ୍ବାସାଡର ସନ୍ଧୁଙ୍କ ସହ ବଚସା କରୁଛନ୍ତି ଏବଂ ତାଙ୍କୁ ଟଣାଓଟରା କରୁଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂହ ନିଜାର ଏବଂ ଗୁରପତୱନ୍ତ […]
ନୂଆଦିଲ୍ଲୀ: ଆମେରିକାକୁ ଭାରତୀୟ ଆମ୍ବାସାଡର ତରନଜିତ ସିଂହ ସନ୍ଧୁ ନ୍ୟୁୟର୍କ ସ୍ଥିତ ଗୁରୁଦ୍ବାରକୁ ଯାଇଥିବାବେଳେ ଖଲିସ୍ତାନୀ ସମର୍ଥକମାନେ ତାଙ୍କୁ ଟଣାଓଟରା କରିଛନ୍ତି। ସୋସିଆଲ ମିଡିଆରେ ଜାରି ହୋଇଥିବା ଏକ ଭିଡିଓରୁ ଏହା ଜାଣିବାକୁ ମିଳିଛି। ବିଜେପି ମୁଖପାତ୍ର ଆର୍ପି ସିଂହଙ୍କ ଦ୍ବାରା ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ଲୋକ ଆମ୍ବାସାଡର ସନ୍ଧୁଙ୍କ ସହ ବଚସା କରୁଛନ୍ତି ଏବଂ ତାଙ୍କୁ ଟଣାଓଟରା କରୁଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂହ ନିଜାର ଏବଂ ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟା ମାମଲାରେ ତାଙ୍କୁ ଦାୟୀ କରି ଖଲିସ୍ତାନୀ ସମର୍ଥକମାନେ ତାଙ୍କୁ ଟଣାଓଟରା କରିଛନ୍ତି। ଖଲିସ୍ତାନୀ ସମର୍ଥକମାନେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଘେରିଯାଇ କହିଥିଲେ ଆପଣ ନିଜାର ହତ୍ୟା ପାଇଁ ଦାୟୀ। ପନ୍ନୁକୁ ହତ୍ୟା ଯୋଜନା ଆପଣ କରିଥିଲେ ବୋଲି କହି ସେମାନେ ଖୁବ୍ଜୋର ସ୍ଲୋଗାନ ଦେଇଥିଲେ। ତେବେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ନେତା ମଞ୍ଜିନ୍ଦର ସିଂହ ସିର୍ସା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏଭଳି ଟଣାଓଟରା କରିବାକୁ କଡ଼ା ନିନ୍ଦା କରିଛନ୍ତି।




