ନ୍ୟୁୟର୍କରେ ମୋଦୀଙ୍କୁ ଭବ୍ୟ ସ୍ବାଗତ , ବୁଦ୍ଧିଜୀବୀ, ସିଇଓଙ୍କୁ ଭେଟିଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତିରେ ନ୍ୟୁୟର୍କରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବିମାନବନ୍ଦର ଏବଂ ମୋଦୀଙ୍କ ରହିବାପାଇଁ ବ୍ୟବସ୍ଥା ହୋଇଥିବା ହୋଟେଲ ବାହାରେ ଆଜି ତାଙ୍କୁ ସ୍ବାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ୨୪ ବୁଦ୍ଧିଜୀବୀ ତଥା ନୋବେଲ ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ସ୍କଲାର, ଉଦ୍ୟୋଗୀ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଭେଟିଛନ୍ତି। ମୋଦୀ ମଧ୍ୟ ଟେସଲା ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ଭେଟି ସାରିଛନ୍ତି। ମୋଦୀଙ୍କୁ ଭେଟିବା ପରେ ଏଲନ ମସ୍କ କହିଛନ୍ତି, […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତିରେ ନ୍ୟୁୟର୍କରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବିମାନବନ୍ଦର ଏବଂ ମୋଦୀଙ୍କ ରହିବାପାଇଁ ବ୍ୟବସ୍ଥା ହୋଇଥିବା ହୋଟେଲ ବାହାରେ ଆଜି ତାଙ୍କୁ ସ୍ବାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ୨୪ ବୁଦ୍ଧିଜୀବୀ ତଥା ନୋବେଲ ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ସ୍କଲାର, ଉଦ୍ୟୋଗୀ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଭେଟିଛନ୍ତି। ମୋଦୀ ମଧ୍ୟ ଟେସଲା ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ଭେଟି ସାରିଛନ୍ତି। ମୋଦୀଙ୍କୁ ଭେଟିବା ପରେ ଏଲନ ମସ୍କ କହିଛନ୍ତି, ଏହା ଅତ୍ୟନ୍ତ ଚମତ୍କାର ସାକ୍ଷାତ ଥିଲା। ମୁଁ ଆସନ୍ତାବର୍ଷ ଭାରତ ଗସ୍ତ ପାଇଁ ଯୋଜନା କରୁଛି। ମୋଦୀ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଜି ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୋଦୀ ହ୍ବାଇଟ୍‌ ହାଉସରେ ନୈଶ୍ୟ ଭୋଜନ କରିବେ। ତେବେ ତୃତୀୟ ଭାରତୀୟ ଭାବେ ମୋଦୀ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି।

Tags: