ନ୍ୟୁୟର୍କରେ କରୋନା ସଂକ୍ରମଣ ବୃଦ୍ଧି, ନୂଆ ପ୍ରଜାତିକୁ ଦାୟୀ କଲେ ବିଶେଷଜ୍ଞ
ନ୍ୟୁୟର୍କ : ଆମେରିକାରେ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବାବୋଳେ ଏବେପୁଣି କରୋନା ନୂଆ ଭୟ ବଢ଼ାଇଲାଣି। କରୋନାର ଏକ ନୂଆ ପ୍ରଜାତି ଇଜି.୫ ଏବେ ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ହୋଇଛି। ଓମିକ୍ରନ୍ର ଏହି ଉପପ୍ରଜାତି ମନୂଷ୍ୟ ଦେହର ରୋଗ ପ୍ରତିରୋଧକ କ୍ଷମତାକୁ ସହଜରେ ଏଡ଼ାଇ ଦେଇପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ପୂର୍ବରୁ ଟିକା ନେଇଥିବା କିମ୍ବା ସଂକ୍ରମିତ ହୋଇଥିବା ନ୍ୟୁୟର୍କ ଲୋକଙ୍କର କିଛି ରୋଗପ୍ରତିରୋଧକ କ୍ଷମତା ଅଛି। କିନ୍ତୁ ତଥାପି ସେମାନେ ଅଧିକ […]
ନ୍ୟୁୟର୍କ : ଆମେରିକାରେ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବାବୋଳେ ଏବେପୁଣି କରୋନା ନୂଆ ଭୟ ବଢ଼ାଇଲାଣି। କରୋନାର ଏକ ନୂଆ ପ୍ରଜାତି ଇଜି.୫ ଏବେ ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ହୋଇଛି। ଓମିକ୍ରନ୍ର ଏହି ଉପପ୍ରଜାତି ମନୂଷ୍ୟ ଦେହର ରୋଗ ପ୍ରତିରୋଧକ କ୍ଷମତାକୁ ସହଜରେ ଏଡ଼ାଇ ଦେଇପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ପୂର୍ବରୁ ଟିକା ନେଇଥିବା କିମ୍ବା ସଂକ୍ରମିତ ହୋଇଥିବା ନ୍ୟୁୟର୍କ ଲୋକଙ୍କର କିଛି ରୋଗପ୍ରତିରୋଧକ କ୍ଷମତା ଅଛି। କିନ୍ତୁ ତଥାପି ସେମାନେ ଅଧିକ ସତର୍କ ରହିବା ଉଚିତ ଏବଂ ସଂକ୍ରମିତ ଲୋକଙ୍କଠାରୁ ଦୂରେଇ ରହିବା ଉଚିତ। ନ୍ୟୁୟର୍କ ସହର ସ୍ୱାସ୍ଥ୍ୟ ବିଭାଗ ସୂଚନାନୁଯାୟୀ ସୋମବାର ସୁଦ୍ଧା ଗତ ସାତଦିନ ମଧ୍ୟରେ ୫୯୪ ଜଣ ଲୋକ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଅଧିକାଂଶ ମାମଲା ବ୍ରୋନ୍କ୍ସ ଏବଂ କୁଇନ୍ସରେ ଘଟିଛି। ଫ୍ଲାସିଙ୍ଗ ଓ କ୍ଳିୟରଭ୍ୟୁ ତଥା ଆଖପାଖ ଅଞ୍ଚଳରେ ବି ସଂକ୍ରମଣ ହାର ଅଧିକ।




