ନ୍ୟୁଜକ୍ଲିକ୍ ଚଢ଼ଉ ମାମଲା, ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ସାମ୍ବାଦିକ ସଂଗଠନ
ନୂଆଦିଲ୍ଲୀ : ସାମ୍ବାଦିକଙ୍କ ଘରେ ପୁଲିସ ଚଢ଼ଉ ଏବଂ ସେମାନଙ୍କ ଡିଭାଇସ ଜବତ କରିବାକୁ ବିରୋଧ କରି ପ୍ରମୁଖ ସାମ୍ବାଦିକ ସଂଗଠନ ଗୁଡ଼ିକ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ସେମାନେ ଉକ୍ତ ମାମଲାରେ ସିଜେଆଇଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସିଜେଆଇଙ୍କ ପାଖକୁ ଲେଖାଯାଇଥିବା ଚିଠିରେ ଡିଜିପବ୍ ନ୍ୟୁଜ୍ ଇଣ୍ଡିଆ ଫାଉଣ୍ଡେସନ, ଇଣ୍ଡିଆନ ଓମେନ୍ସ ପ୍ରେସ୍ କର୍ପସ ଏବଂ ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆ ସ୍ବାକ୍ଷର କରିଛନ୍ତି। ସାମ୍ବାଦିକ ସଂଗଠନ ଗୁଡ଼ିକ କହିଛନ୍ତି, ଦେଶରେ ଏକ […]
ନୂଆଦିଲ୍ଲୀ : ସାମ୍ବାଦିକଙ୍କ ଘରେ ପୁଲିସ ଚଢ଼ଉ ଏବଂ ସେମାନଙ୍କ ଡିଭାଇସ ଜବତ କରିବାକୁ ବିରୋଧ କରି ପ୍ରମୁଖ ସାମ୍ବାଦିକ ସଂଗଠନ ଗୁଡ଼ିକ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ସେମାନେ ଉକ୍ତ ମାମଲାରେ ସିଜେଆଇଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସିଜେଆଇଙ୍କ ପାଖକୁ ଲେଖାଯାଇଥିବା ଚିଠିରେ ଡିଜିପବ୍ ନ୍ୟୁଜ୍ ଇଣ୍ଡିଆ ଫାଉଣ୍ଡେସନ, ଇଣ୍ଡିଆନ ଓମେନ୍ସ ପ୍ରେସ୍ କର୍ପସ ଏବଂ ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆ ସ୍ବାକ୍ଷର କରିଛନ୍ତି। ସାମ୍ବାଦିକ ସଂଗଠନ ଗୁଡ଼ିକ କହିଛନ୍ତି, ଦେଶରେ ଏକ ବୃହତ୍ ଭାଗ ସାମ୍ବାଦିକ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନର ଭୟରେ କାମ କରୁଛନ୍ତି। ସାମ୍ବାଦିକଙ୍କ ଫୋନ୍, ଲାପଟପ୍ ଏବଂ ଅନ୍ୟ ଜିନିଷ ଜବତ କରିବାକୁ ନିରୁତ୍ସାହିତ କରିବାପାଇଁ ଏକ ନିୟମ ଆଣିବାକୁ ସେମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚୀନ୍ ସହ ସମ୍ପୃକ୍ତି ମାମଲାରେ ନ୍ୟୁଜ କ୍ଲିକ୍ର ଅନେକ ସାମ୍ବାଦିକଙ୍କ ବାସଭବନରେ ଚଢ଼ଉ ହୋଇଥିଲା ଏବଂ ସେମାନଙ୍କ ଲାପଟପ୍ ଓ ଫୋନ୍ ଜବତ କରାଯାଇଥିଲା। ନ୍ୟୁଜକ୍ଲିକ୍ ପ୍ରତିଷ୍ଠାତା ସମ୍ପାଦକ ଏବଂ ଏଚ୍ଆର ମୁଖ୍ୟ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି।




