ନୌସେନାରେ ଆଜି ସାମିଲ ହେବେ ଭଦୟଗିରି ଏବଂ ହିମଗିରି
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଆସନ୍ତାକାଲି ସାମିଲ ହେବ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଉଦୟଗିରି ଓ ହିମଗିରି। ବିଶାଖାପାଟନମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇ ଯୁଦ୍ଧ ଜାହାଜକୁ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ। ଦୁଇଟି ଅଲଗା ସ୍ଥାନରେ ପ୍ରସ୍ତୁତ ଦୁଇଟି ଆଗଧାଡ଼ିର ଯୁଦ୍ଧ ଜାହାଜ ପ୍ରଥମ ଥର ଏକାସାଙ୍ଗରେ ନୌସେନାରେ ସାମିଲ ହେବେ। ଭାରତର ପୂର୍ବ ଉପକୂଳରେ ସାମୁଦ୍ରିକ କ୍ଷମତା ବୃଦ୍ଧି ପାଇଁ ଭାରତ ପକ୍ଷରୁ ଏହି ପଦକ୍ଷେପ […]
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଆସନ୍ତାକାଲି ସାମିଲ ହେବ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଉଦୟଗିରି ଓ ହିମଗିରି। ବିଶାଖାପାଟନମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇ ଯୁଦ୍ଧ ଜାହାଜକୁ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ। ଦୁଇଟି ଅଲଗା ସ୍ଥାନରେ ପ୍ରସ୍ତୁତ ଦୁଇଟି ଆଗଧାଡ଼ିର ଯୁଦ୍ଧ ଜାହାଜ ପ୍ରଥମ ଥର ଏକାସାଙ୍ଗରେ ନୌସେନାରେ ସାମିଲ ହେବେ। ଭାରତର ପୂର୍ବ ଉପକୂଳରେ ସାମୁଦ୍ରିକ କ୍ଷମତା ବୃଦ୍ଧି ପାଇଁ ଭାରତ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି। ପ୍ରକଳ୍ପ ୧୭ (ଶିବାଲିକ) ଶ୍ରେଣୀର ଏହା ଅଂଶବିଶେଷ। ଦୁଇଟି ଯାକ ଜାହାଜର ଡିଜାଇନ, ଯୁଦ୍ଧାସ୍ତ୍ର ଏବଂ ସେନ୍ସର ବ୍ୟବସ୍ଥା ଉନ୍ନତମାନ କରାଯାଇଛି। ଉଦୟଗିରି ମୁମ୍ବାଇର ମାଜାଗାଓଁ ଡକ୍ ସିପ୍ବିଲ୍ଡର (ଏମଡିଏଲ) ଏବଂ ହେମଗିରି କୋଲକତାର ଗାର୍ଡେନ ରିଚ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (ଜିଆରଏସ୍ଇ) ନିର୍ମାଣ କରିଛନ୍ତି। ଉଦୟଗିରି ଏହାର ବର୍ଗର ସବୁଠୁ ଦ୍ରୁତଗାମୀ ଜାହାଜ। ଏହି ଦୁଇ ଜାହାଜକୁ ଆଇଏନଏସ୍ ଉଦୟଗିରି ଏବଂ ଆଇଏନ୍ଏସ୍ ହିମଗିରି ନାମରେ ନାମିତ କରାଯାଇଛି।




