ନୌସେନାକୁ ବଡ଼ ସଫଳତା, ଗୁଜରାଟ ତଟରୁ ୩,୩୦୦ କିଲୋ ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ନାଗରିକ ଗିରଫ

ପୋରବନ୍ଦର: ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଗୁଜରାଟ ତଟରୁ ପୁଣିଥରେ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛନ୍ତି। ନୌସେନା ଏବଂ ଏନସିବିର ମିଳିତ ଅପରେସନ୍ରେ ଏହି ସଫଳତା ମିଳିଛି। ମଙ୍ଗଳବାର ଗୁଜରାଟର ପୋରବନ୍ଦର ନିକଟରେ ଏକ ଜାହାଜରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ନୌସେନା ପକ୍ଷରୁ ଏକ କ୍ଷୁଦ୍ର ଜାହାଜକୁ ଅଟକାଇବା ସହ ୧୩୦୦ କୋଟି ଟଙ୍କା ମୂଲ୍ୟର ୩୦୮୯ କେଜି ଚରସ, ୧୫୮ […]

Samaya Live Picture
Published On

ପୋରବନ୍ଦର: ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଗୁଜରାଟ ତଟରୁ ପୁଣିଥରେ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛନ୍ତି। ନୌସେନା ଏବଂ ଏନସିବିର ମିଳିତ ଅପରେସନ୍ରେ ଏହି ସଫଳତା ମିଳିଛି। ମଙ୍ଗଳବାର ଗୁଜରାଟର ପୋରବନ୍ଦର ନିକଟରେ ଏକ ଜାହାଜରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ନୌସେନା ପକ୍ଷରୁ ଏକ କ୍ଷୁଦ୍ର ଜାହାଜକୁ ଅଟକାଇବା ସହ ୧୩୦୦ କୋଟି ଟଙ୍କା ମୂଲ୍ୟର ୩୦୮୯ କେଜି ଚରସ, ୧୫୮ କେଜି ମେଥାମ୍ଫେଟାମିନ ଓ ୨୫ କେଜି ମର୍ଫିନ୍ ଜବତ କରାଯାଇଛି। ଜାହାଜର ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି, ସମସ୍ତେ ପାକିସ୍ତାନୀ ନାଗରିକ ବୋଲି ଜଣାପଡ଼ିଛି। ଜବତ ହୋଇଥିବା ନିଷିଦ୍ଧ ନିଶାଦ୍ରବ୍ୟର ମୋଟ ମୂଲ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏକ କେଜି ଚରସର ମୂଲ୍ୟ ୭ କୋଟି ଟଙ୍କା ରହିଛି। ଭାରତୀୟ ନୌସେନା ଏବଂ ଏନ୍ସିବିର ମିଳିତ ଉଦ୍ୟମରେ ଏହି ଡ୍ରଗ୍ସ ଜବତ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଶାମୁକ୍ତ ଭାରତ ପରିକଳ୍ପନାକୁ ଅନୁସରଣ କରି ଆମ ଏଜେନ୍ସିମାନେ ଆଜି ବିଦେଶୀ ଡ୍ରଗ୍ସ ଜବତ କରିବାରେ ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି।

Tags: