ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିସ କଲେ ମୁନୀର
ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନୀର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ କରିଛନ୍ତି। ଗତ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପରମାଣୁ ଯୁଦ୍ଧ ଅଟକାଇବାରେ ଟ୍ରମ୍ପଙ୍କ ଭୂମିକା ପାଇଁ ମୁନିର ଟ୍ରମ୍ପଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବା ଉଚିତ ବୋଲି କହିଛନ୍ତି। ହ୍ବାଇଟ ହାଉସ୍ ମୁଖପାତ୍ର ଆନ୍ନା କେଲ୍ଲି ଆଜି ଏହି ସୂଚନା ଦେଇଛନ୍ତି। ଉଲ୍ଳେଖଯୋଗ୍ୟ, ବୁଧବାର ଆମେରିକା ରାଷ୍ଟ୍ରପତି […]
ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନୀର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ କରିଛନ୍ତି। ଗତ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପରମାଣୁ ଯୁଦ୍ଧ ଅଟକାଇବାରେ ଟ୍ରମ୍ପଙ୍କ ଭୂମିକା ପାଇଁ ମୁନିର ଟ୍ରମ୍ପଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବା ଉଚିତ ବୋଲି କହିଛନ୍ତି। ହ୍ବାଇଟ ହାଉସ୍ ମୁଖପାତ୍ର ଆନ୍ନା କେଲ୍ଲି ଆଜି ଏହି ସୂଚନା ଦେଇଛନ୍ତି। ଉଲ୍ଳେଖଯୋଗ୍ୟ, ବୁଧବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପାକ୍ ସେନାମୁଖ୍ୟ ମୁନୀରଙ୍କୁ ହ୍ବାଇଟ ହାଉସରେ ସ୍ବତନ୍ତ୍ର ଆତିଥ୍ୟ ପ୍ରଦାନ କରିଥିଲେ। ଉଭୟ ଟ୍ରମ୍ପ ଏବଂ ମୁନିର ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ନୋବେଲ ଶାନ୍ତି ପୁରସ୍କାର ମୁଖ୍ୟତଃ ୪ ପ୍ରମୁଖ କ୍ଷେତ୍ର ତଥା ଅସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ, ଶାନ୍ତି କଥାବାର୍ତ୍ତା, ଗଣତନ୍ତ୍ର ଏବଂ ମାନବ ଅଧିକାର, ଅଧିକ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ କାର୍ଯ୍ୟ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବାପାଇଁ ଦିଆଯାଏ। ଉଲ୍ଲେଖଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କେବଳ କୂଟନୈତିକ ସ୍ତରରେ ହୋଇଛି ଏବଂ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ନାହିଁ ବୋଲି ଭାରତ ବାରମ୍ବାର କହି ଆସିଥିଲେ ସୁଦ୍ଧା ଟ୍ରମ୍ପ ବାରମ୍ବାର ଦୋହରାଇଛନ୍ତି ଯେ ସେ ଭାରତ-ପାକ ବିବାଦ ସମାଧାନ କରିଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସ ମୁଖପାତ୍ର ମଧ୍ୟ ସେହି ସମାନ ଟିପ୍ପଣୀ ଦେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ରମ୍ପଙ୍କ ସହ ୩୫ ମିନିଟ୍ ଟେଲିଫୋନ୍ରେ କଥା ହୋଇଛନ୍ତି। ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ଉଭୟ ମୋଦୀ ଏବଂ ଟ୍ରମ୍ପ କଥା ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୁଣିଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିବା ଦାବି ଦୋହରାଇଥିଲେ।




