ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କୁ ମନୋନୀତ କଲେ ନେତାନ୍ୟାହୁ
ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ହ୍ବାଇଟ୍ ହାଉସ୍ରେ ଟ୍ରମ୍ପ ଓ ନେତାନ୍ୟାହୁ ରାତ୍ରିଭୋଜନ କରିବା ସମୟରେ ନେତାନ୍ୟାହୁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଥିବା କହିବା ସହ ତାଙ୍କୁ ଏହାର ଏକ କପି ପ୍ରଦାନ କରିଛନ୍ତି। ଏହି ଅବସରରେ ନେତାନ୍ୟାହୁ କହିଛନ୍ତି- ‘ନୋବେଲ ପୁରସ୍କାର କମିଟିକୁ ମୁଁ ଯେଉଁ ଚିଠି ପଠାଇଛି ତାହା ମୁଁ ଆପଣଙ୍କୁ ଦେବାପାଇଁ ଚାହୁଛି।’ […]
ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ହ୍ବାଇଟ୍ ହାଉସ୍ରେ ଟ୍ରମ୍ପ ଓ ନେତାନ୍ୟାହୁ ରାତ୍ରିଭୋଜନ କରିବା ସମୟରେ ନେତାନ୍ୟାହୁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଥିବା କହିବା ସହ ତାଙ୍କୁ ଏହାର ଏକ କପି ପ୍ରଦାନ କରିଛନ୍ତି। ଏହି ଅବସରରେ ନେତାନ୍ୟାହୁ କହିଛନ୍ତି- ‘ନୋବେଲ ପୁରସ୍କାର କମିଟିକୁ ମୁଁ ଯେଉଁ ଚିଠି ପଠାଇଛି ତାହା ମୁଁ ଆପଣଙ୍କୁ ଦେବାପାଇଁ ଚାହୁଛି।’ ଏହି ମନୋନୀତ ପତ୍ର ଗ୍ରହଣ କରିବାପରେ ଟ୍ରମ୍ପ କହିଛନ୍ତି, ‘ଆପଣଙ୍କୁ ବହୁତ ଧନ୍ୟବାଦ। ଏହା ମୁଁ ଜାଣିନଥିଲି। ଆପଣଙ୍କ ପାଖରୁ ଏହା ମିଳିଲା। ଏହା ଅତ୍ୟନ୍ତ ଅର୍ଥପୂର୍ଣ୍ଣ। ନେତାନ୍ୟାହୁ ମଧ୍ୟ ଟ୍ରମ୍ପଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି। ଇସ୍ରାଏଲୀମାନେ ଟ୍ରମ୍ପଙ୍କ ନେତୃତ୍ବକୁ ପ୍ରଶଂସା କରୁଛନ୍ତି ବୋଲି ସେ କହିଛନ୍ତି। ନୈଶଭୋଜ ଆରମ୍ଭ ସମୟରେ ଟ୍ରମ୍ପ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରାଙ୍କୁ ଦୀର୍ଘଦିନର ବନ୍ଧୁ ବୋଲି ବର୍ଣ୍ଣନା କରିବା ସହ ସେମାନଙ୍କ ମିଳିତ ସଫଳତାକୁ ପ୍ରଶଂସା କରିଥିଲେ।




