ନୋଏଡାରେ ମାନସିକ ରୋଗୀ ପୁଅ ସହ ମହିଳାଙ୍କ ଆତ୍ମହତ୍ୟା
ନୂଆଦିଲ୍ଲ: ଗ୍ରେଟର ନୋଏଡାରେ ଜଣେ ମହିଳା ନିଜ ମାନସିକ ରୋଗରେ ପୀଡ଼ିତ ପୁଅ ସହ ଆତ୍ମହତ୍ୟା କରିଦେଇଛନ୍ତି। ସେମାନେ ରହୁଥିବା ଫ୍ଲାଟର ୧୩ ମହଲାରୁ ଡେଇଁ ମା, ପୁଅ ଆତ୍ମହତ୍ୟା କରିଛନ୍ତି। ଦୀର୍ଘ ଦିନ ହେଲା ପୁଅ ମାନସିକ ରୋଗରେ ପୀଡ଼ିତ ଥିବାରୁ ମହିଳା ଜଣଙ୍କ ଚିନ୍ତାରେ ଥିଲେ। ମୃତ ମହିଳା ସାକ୍ଷୀ ଚାୱଲା (୩୭) ଓ ତାଙ୍କ ପୁଅ ଦକ୍ଷ (୧୧) ବୋଲି ଜଣାପଡ଼ିଛି। ସ୍ବାମୀ ଦର୍ପଣ ଚାୱଲା ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ହୋଇଥିବାବେଳେ ଏସ୍ […]
ନୂଆଦିଲ୍ଲ: ଗ୍ରେଟର ନୋଏଡାରେ ଜଣେ ମହିଳା ନିଜ ମାନସିକ ରୋଗରେ ପୀଡ଼ିତ ପୁଅ ସହ ଆତ୍ମହତ୍ୟା କରିଦେଇଛନ୍ତି। ସେମାନେ ରହୁଥିବା ଫ୍ଲାଟର ୧୩ ମହଲାରୁ ଡେଇଁ ମା, ପୁଅ ଆତ୍ମହତ୍ୟା କରିଛନ୍ତି। ଦୀର୍ଘ ଦିନ ହେଲା ପୁଅ ମାନସିକ ରୋଗରେ ପୀଡ଼ିତ ଥିବାରୁ ମହିଳା ଜଣଙ୍କ ଚିନ୍ତାରେ ଥିଲେ। ମୃତ ମହିଳା ସାକ୍ଷୀ ଚାୱଲା (୩୭) ଓ ତାଙ୍କ ପୁଅ ଦକ୍ଷ (୧୧) ବୋଲି ଜଣାପଡ଼ିଛି। ସ୍ବାମୀ ଦର୍ପଣ ଚାୱଲା ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ହୋଇଥିବାବେଳେ ଏସ୍ ସିଟି ଆପାର୍ଟମେଣ୍ଟରେ ସେମାନେ ରହୁଥିଲେ। ଶନିବାର ଦର୍ପଣ ଘରେ ଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି। ବାହାରୁ ଶବ୍ଦ ଆସିବାରୁ ସେ ବାଲ୍କୋନିକୁ ଯାଇ ତାଙ୍କ ପୁଅ ଓ ସ୍ତ୍ରୀ ତଳେ ପଡ଼ିଥିବା ଦେଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ସେମାନଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ଯେଉଁଥିରେ ‘ଆମେ ଏହି ଦୁନିଆ ଛାଡ଼ି ଯାଉଛୁ, ତୁମକୁ ଆଉ ଅଧିକ ଦିନ ହଇରାଣ କରିବାକୁ ଚାହୁନୁ। ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି’ ବୋଲି ସାକ୍ଷୀ ସ୍ବାମୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ମହିଳା ଜଣକ ମାନସିକ ଚାପରେ ଏପରି କରିଥିବା ପଡ଼ୋଶୀ ଅନୁମାନ କରୁଛନ୍ତି। ଅନ୍ୟପକ୍ଷେ ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଛି।




