ନେହରୁଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୋଦୀ
ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଶ୍ରାଦ୍ଧବାର୍ଷିକୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପଣ୍ଡିତ ଜବାହରଲାଲ ନେହରୁ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଆଜି ତାଙ୍କର ୫୯ତମ ଶ୍ରାଦ୍ଧବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ଭାରତର ସ୍ବାଧୀନତା ସଂଗ୍ରାମରେ ଜବାହରଲାଲ ନେହରୁ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। […]
ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଶ୍ରାଦ୍ଧବାର୍ଷିକୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପଣ୍ଡିତ ଜବାହରଲାଲ ନେହରୁ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଆଜି ତାଙ୍କର ୫୯ତମ ଶ୍ରାଦ୍ଧବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ଭାରତର ସ୍ବାଧୀନତା ସଂଗ୍ରାମରେ ଜବାହରଲାଲ ନେହରୁ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ୧୯୪୭ରେ ଦେଶ ସ୍ବାଧୀନ ହେବାପରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ବ୍ରିଟିସ ଶାସନ ବିରୋଧରେ ସେ ଲଢ଼ିଥିଲେ। ସେ ମଧ୍ୟ କଂଗ୍ରେସର ଜଣେ ପ୍ରମୁଖ ନେତା।




