ନେପାଳର ନୂତନ ପ୍ରଧାମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ କେପି ଶର୍ମା ଓଲି

କାଠମାଣ୍ଡୁ: ନେପାଳରେ କ୍ଷମତା ପରିବର୍ତ୍ତନ ଜାରି ରହିଥିଲା ବେଳେ ସିପିଏନ୍‌-ଏମ୍‌ସି ଦଳର ନେତା ପୁଷ୍ପ କମଲ ଦହଲ (ପ୍ରଚଣ୍ଡ)ଙ୍କୁ ଅନାସ୍ଥା ଭୋଟ୍‌ରେ ପରାଜିତ କରି ସିପିଏନ୍‌-ୟୁଏମ୍‌ଏଲ୍‌ର ନେତା କେପି ଶର୍ମା ଓଲି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶୁକ୍ରବାର ରାତିରେ, ଏନ୍‌ସି ସଭାପତି ଶେର୍‌ ବାହାଦୁର ଦେଓବାଙ୍କ ସମର୍ଥନ ଓ ୧୬୫ଜଣ ସାଂସଦଙ୍କ ସ୍ବାକ୍ଷର ସମ୍ବଳିତ ପତ୍ର ଦାଖଲ କରି କେପି ଶର୍ମା ସରକାର ଗଠନ ନିମନ୍ତେ ଦାବି କରିଥିଲେ। ୧୬୫ ସାଂସଦଙ୍କ ମଧ୍ୟରେ […]

Samaya Live Picture
Published On

କାଠମାଣ୍ଡୁ: ନେପାଳରେ କ୍ଷମତା ପରିବର୍ତ୍ତନ ଜାରି ରହିଥିଲା ବେଳେ ସିପିଏନ୍‌-ଏମ୍‌ସି ଦଳର ନେତା ପୁଷ୍ପ କମଲ ଦହଲ (ପ୍ରଚଣ୍ଡ)ଙ୍କୁ ଅନାସ୍ଥା ଭୋଟ୍‌ରେ ପରାଜିତ କରି ସିପିଏନ୍‌-ୟୁଏମ୍‌ଏଲ୍‌ର ନେତା କେପି ଶର୍ମା ଓଲି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।
ଶୁକ୍ରବାର ରାତିରେ, ଏନ୍‌ସି ସଭାପତି ଶେର୍‌ ବାହାଦୁର ଦେଓବାଙ୍କ ସମର୍ଥନ ଓ ୧୬୫ଜଣ ସାଂସଦଙ୍କ ସ୍ବାକ୍ଷର ସମ୍ବଳିତ ପତ୍ର ଦାଖଲ କରି କେପି ଶର୍ମା ସରକାର ଗଠନ ନିମନ୍ତେ ଦାବି କରିଥିଲେ। ୧୬୫ ସାଂସଦଙ୍କ ମଧ୍ୟରେ ତାଙ୍କ ନେପାଳ ମିଳିତ ମାର୍କସ୍‌ବାଦୀ ଲେନିନ୍‌ବାଦୀ (ସିପିଏନ୍‌-ୟୁଏମ୍‌ଏଲ୍‌) ଦଳର ୭୭ଜଣ ସାଂସଦ ଓ ନେପାଳୀ କଂଗ୍ରେସ (ଏନ୍‌ସି) ଦଳର ୮୮ ସାଂସଦ ଅଛନ୍ତି। ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ୍‌ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ସୋମବାର ସକାଳେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି।

Tags: