ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , ୬ ମୃତ
କାଠମାଣ୍ଡୁ : ନେପାଳରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ହେଲିକପ୍ଟରରେ ୬ ଜଣ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି। ମାଉଣ୍ଟ୍ ଏଭରେଷ୍ଟ ନିକଟରେ ଏହି ଦୁର୍ଘଟଣା ହୋଇଛି। ହେଲିକପ୍ଟରର ଭଗ୍ନାବଶେଷ ସୋଲୁଖୁମ୍ବୁ ଜିଲ୍ଲାର ଲମ୍ଜୁରାରେ ମିଳିଛି। ଏଥିରେ ମେକ୍ସିକୋର ୫ ଜଣ ଯାତ୍ରୀ ଥିଲେ। ହେଲିକପ୍ଟରଟି ସୋଲୁଖୁମ୍ବୁ ଜିଲ୍ଲାର ସୁର୍କେରୁ ଆସୁଥିଲା। ଏହା ଏକ ଘରୋଇ ହେଲିକପ୍ଟର। ଏଥିରେ ବିଦେଶୀ ପର୍ଯ୍ୟଟକ ଥିଲେ। ସେମାନେ ଏଭରେଷ୍ଟ୍ ପର୍ବତର ସୌନ୍ଦର୍ଯ୍ୟ ଦେଖିବାପାଇଁ ଯାଇଥିଲେ। ତେବେ […]
କାଠମାଣ୍ଡୁ : ନେପାଳରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି। ହେଲିକପ୍ଟରରେ ୬ ଜଣ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି। ମାଉଣ୍ଟ୍ ଏଭରେଷ୍ଟ ନିକଟରେ ଏହି ଦୁର୍ଘଟଣା ହୋଇଛି। ହେଲିକପ୍ଟରର ଭଗ୍ନାବଶେଷ ସୋଲୁଖୁମ୍ବୁ ଜିଲ୍ଲାର ଲମ୍ଜୁରାରେ ମିଳିଛି। ଏଥିରେ ମେକ୍ସିକୋର ୫ ଜଣ ଯାତ୍ରୀ ଥିଲେ। ହେଲିକପ୍ଟରଟି ସୋଲୁଖୁମ୍ବୁ ଜିଲ୍ଲାର ସୁର୍କେରୁ ଆସୁଥିଲା। ଏହା ଏକ ଘରୋଇ ହେଲିକପ୍ଟର। ଏଥିରେ ବିଦେଶୀ ପର୍ଯ୍ୟଟକ ଥିଲେ। ସେମାନେ ଏଭରେଷ୍ଟ୍ ପର୍ବତର ସୌନ୍ଦର୍ଯ୍ୟ ଦେଖିବାପାଇଁ ଯାଇଥିଲେ। ତେବେ କାଠମାଣ୍ଡୁକୁ ଫେରୁଥିବାବେଳେ କଣ୍ଟ୍ରୋଲ ରୁମ୍ ସହ ହେଲିକପ୍ଟରର ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତ୍ବରିତ ବେଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ୫ ଜଣଙ୍କ ମୃତଦେହ ମିଳିଛି। ଅନ୍ୟ ଜଣଙ୍କର ମୃତଦେହ ମିଳିନି। ଆଜି ସକାଳ ୧୦.୧୫ ସମୟରେ ଏହି ଦୁର୍ଘଟଣା ହୋଇଛି।




