ନେପାଳରେ ଭୟଙ୍କର ଭୂକମ୍ପ, ୧୨୮ ମୃତ

ନୂଆଦିଲ୍ଲୀ: ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ହୋଇଛି। ଭୂକମ୍ପର ଶକ୍ତ ଝଟ୍କାରେ ନେପାଳରେ ଅନେକ ଘର ଦ୍ବାର ଭୁଶୁଡ଼ି ପଡ଼ିଛି। ଏଥିଯୋଗୁଁ ୧୨୮ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ପଶ୍ଚିମ ନେପାଳର ଜାଜରକୋଟ ଏବଂ ରୁକୁମ ଜିଲ୍ଲାରେ ୧୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନେସନାଲ ଆର୍ଥକ୍ବେକ୍ ମେଜରମେଣ୍ଟ୍ ସେଣ୍ଟର (ଜାତୀୟ ଭୂକମ୍ପ ମାପ କେନ୍ଦ୍ର) ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଜାଜରକୋଟର ଲାମିଦଣ୍ଡା ଅଞ୍ଚଳରେ ଅବସ୍ଥିତ। ନେପାଳରେ ସମସ୍ତ ୩ ସୁରକ୍ଷାବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ […]

Samaya Live Picture
Published On

ନୂଆଦିଲ୍ଲୀ: ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ହୋଇଛି। ଭୂକମ୍ପର ଶକ୍ତ ଝଟ୍କାରେ ନେପାଳରେ ଅନେକ ଘର ଦ୍ବାର ଭୁଶୁଡ଼ି ପଡ଼ିଛି। ଏଥିଯୋଗୁଁ ୧୨୮ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ପଶ୍ଚିମ ନେପାଳର ଜାଜରକୋଟ ଏବଂ ରୁକୁମ ଜିଲ୍ଲାରେ ୧୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନେସନାଲ ଆର୍ଥକ୍ବେକ୍ ମେଜରମେଣ୍ଟ୍ ସେଣ୍ଟର (ଜାତୀୟ ଭୂକମ୍ପ ମାପ କେନ୍ଦ୍ର) ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଜାଜରକୋଟର ଲାମିଦଣ୍ଡା ଅଞ୍ଚଳରେ ଅବସ୍ଥିତ। ନେପାଳରେ ସମସ୍ତ ୩ ସୁରକ୍ଷାବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଇତି ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଆଜୀ ଭୂକମ୍ପ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରାୟ ୫ରୁ ଅଧିକ ଜିଲ୍ଲା ଭୂକମ୍ପ ଯୋଗୁଁ ପ୍ରଭାବିତ ହୋଇଛି। ଆହତମାନଙ୍କୁ ଜାଜରକୋଟର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଜାଜରକୋଟ କାଠମାଣ୍ଡୁଠାରୁ ୫୦୦ କିମି ଦୂର। ଉଲ୍ଲେଖଯୋଗ୍ୟ ଯେ ନେପାଳରେ ଭୂକମ୍ପ ହେବା ସାଧାରଣ କଥା। ଗତ ଅକ୍ଟୋବର ୩ରେ ମଧ୍ୟ ନେପାଳରେ ସିରିଜ୍ ବିସ୍ଫୋରଣ ହୋଇଥିଲା। ନେପାଳରେ ୬.୨ ତୀବ୍ରତାର ଭୂକମ୍ପ ହୋଇଥିବା ଯାହାର ଝଟ୍କା ଦିଲ୍ଲୀ ଏନ୍ସିଆର ଅଞ୍ଚଳ ସମେତ ସମଗ୍ର ଉତ୍ତର ଭାରତରେ ଅନୁଭୂତ ହୋଇଥିଲା। ସେହିପରି ୨୦୨୨ରେ ମଧ୍ୟ ଦୋତି ଜିଲ୍ଲାରେ ୬.୩ ତୀବ୍ରତାର ଭୂକମ୍ପ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ୨୦୧୫ରେ ନେପାଳରେ ୭.୮ ତୀବ୍ରତାର ଭୂକମ୍ପ ହୋଇ ୧୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦ ଲକ୍ଷରୁ ଅଧିକ ଘର ମାଟିରେ ମିଶି ଯାଇଥିଲା।

Tags: