ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ୍ ସୁରକ୍ଷା କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ
ତେଲ୍ ଆଭିଭ୍: ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ୍ର ସୁରକ୍ଷା କ୍ୟାବିନେଟ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇରାନ୍ ଆକ୍ରମଣର ପ୍ରତିଜବାବ ଓ ପଣବନ୍ଦୀଙ୍କ ମୁକ୍ତି ନିମନ୍ତେ ‘ନୂତନ ବିଚାର’ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ତେଲ୍ ଆଭିଭ୍ର କିରିୟା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟରେ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମୁଖପାତ୍ର କହିଛନ୍ତି, ବୈଠକରେ ପଣବନ୍ଦୀଙ୍କ […]
ତେଲ୍ ଆଭିଭ୍: ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ୍ର ସୁରକ୍ଷା କ୍ୟାବିନେଟ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇରାନ୍ ଆକ୍ରମଣର ପ୍ରତିଜବାବ ଓ ପଣବନ୍ଦୀଙ୍କ ମୁକ୍ତି ନିମନ୍ତେ ‘ନୂତନ ବିଚାର’ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ତେଲ୍ ଆଭିଭ୍ର କିରିୟା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟରେ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମୁଖପାତ୍ର କହିଛନ୍ତି, ବୈଠକରେ ପଣବନ୍ଦୀଙ୍କ ମୁକ୍ତି ପାଇଁ ନୂତନ ବିଚାର ଓ ଯୋଜନାଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏକ ବରିଷ୍ଠ ଅଧିକାରୀ କହିଛନ୍ତି, ପଣବନ୍ଦୀଙ୍କ ମୁକ୍ତି ଓ ଯୁଦ୍ଧ ବନ୍ଦ କରିବା ନିମନ୍ତେ ହମାସ ନେତା ୟାହା ସିନ୍ୱାର୍ର ମୃତ୍ୟୁ ଏକ ସୁଯୋଗ ବୋଲି ଇସ୍ରାଏଲ୍ ବିଚାର କରୁଛି। ସିନ୍ୱାର୍ର ମୃତଦେହ ବଦଳରେ ହମାସ୍ ହାତରେ ବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କ ମୁକ୍ତି ପାଇଁ ଇସ୍ରାଏଲ୍ ଦାବି କରିବ। ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ସେମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଯାଏଁ ଯୁଦ୍ଧ ବନ୍ଦ କରିବେ ନାହିଁ।




