ନେତାଜୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କହି କଡ଼ା ସମାଲୋଚନାର ଶିକାର ହେଲେ କଙ୍ଗନା ରାଣାୱତ

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ ସମିତି କାର୍ଯ୍ୟକାରୀ ସଭାପତି କେଟି ରାମ ରାଓ ଆଜି ହମିାଚଳପ୍ରଦେଶ ମାଣ୍ଡି ଆସନର ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତଙ୍କୁ କଡ଼ା ସମାଲୋଚନା କରିଛନ୍ତି। କଙ୍ଗନା ରାଣାୱତ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିବାପରେ କେଟି ରାମରାଓ ତାଙ୍କୁ ସମାଲୋଚନା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି କେଟି ରାମ ରାଓ କହିଛନ୍ତି, ଉତ୍ତରରୁ ଜଣେ ପ୍ରାର୍ଥୀ କହୁଛନ୍ତି, ସୁଭାଷ ଚନ୍ଦ୍ର ବୋସ ଆମର […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ ସମିତି କାର୍ଯ୍ୟକାରୀ ସଭାପତି କେଟି ରାମ ରାଓ ଆଜି ହମିାଚଳପ୍ରଦେଶ ମାଣ୍ଡି ଆସନର ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତଙ୍କୁ କଡ଼ା ସମାଲୋଚନା କରିଛନ୍ତି। କଙ୍ଗନା ରାଣାୱତ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିବାପରେ କେଟି ରାମରାଓ ତାଙ୍କୁ ସମାଲୋଚନା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି କେଟି ରାମ ରାଓ କହିଛନ୍ତି, ଉତ୍ତରରୁ ଜଣେ ପ୍ରାର୍ଥୀ କହୁଛନ୍ତି, ସୁଭାଷ ଚନ୍ଦ୍ର ବୋସ ଆମର ପ୍ରଥମ ପ୍ରଧାନମନ୍ତ୍ରୀ। ଅନ୍ୟପକ୍ଷେ ଦକ୍ଷିଣରୁ ଜଣେ ବିଜେପି ନେତା କହୁଛନ୍ତି ମହାତ୍ମା ଗାନ୍ଧି ଆମର ପ୍ରଥମ ପ୍ରଧାନମନ୍ତ୍ରୀ। ତେବେ ଏମାନେ ସମସ୍ତେ କେଉଁଠୁ ଗ୍ରାଜୁଏଟ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ଟିଭି ସାକ୍ଷାତକାରରେ ଅଭିନେତାରୁ ରାଜନେତା ବନିଥିବା କେଟି ରାମରାଓ କହିଛନ୍ତି, ମତେ ଗୋଟିଏ କଥା କୁହ ଯେ ଆମେ ଯେତେବେଳେ ସ୍ବାଧୀନତା ମିଳିଲା ସେ ସମୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋସ କୁଆଡ଼େ ଯାଇଥିଲେ। କଂଗ୍ରେସ ନେତା ସୁପ୍ରିୟା ଶ୍ରିନେଟ୍ କଙ୍ଗନା ରାଣାୱତଙ୍କ ଟିପ୍ପଣୀ ସେୟାର କରି କହିଛନ୍ତି, ତାଙ୍କୁ ଆଦୌ ହାଲୁକାରେ ନିଅନ୍ତୁନି। ସେ ବିଜେପି ନେତାଙ୍କ ତାଲିକାରେ ଆଗରେ ରହିବେ। ଉଲ୍ଲେଖଯୋଗ୍ୟ ଯେ କଙ୍ଗନା ରାଣାୱତ ପୂର୍ବରୁ ମଧ୍ୟ ଟ୍ରୋଲ ହୋଇଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାପରେ ଭାରତକୁ ବାସ୍ତବ ସ୍ବାଧୀନତା ମିଳିଲା ବୋଲି କଙ୍ଗନା କହିଥିଲେ ଏବଂ ଏଥିପାଇଁ ତାଙ୍କୁ ବ୍ୟାପକ ଭାବେ ଟ୍ରୋଲ୍ କରାଯାଇଥିଲା।

Tags: