ନେତାଙ୍କ ପାଇଁ ମାର୍ଗଦର୍ଶିକା ଜାରିକଲା କଂଗ୍ରେସ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସର ନେତାମାନଙ୍କ ପରସ୍ପର ବିରୋଧୀ ବୟାନ ଦଳର ଅଡ଼ୁଆ ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ଦଳ ପକ୍ଷରୁ ଆଜି ଏକ ମାର୍ଗଦର୍ଶିକା ଜାରି ହୋଇଛି। ଦଳର ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସବୁ କର୍ମକର୍ତ୍ତା ସର୍ବାଧିକ ଶୃଙ୍ଖଳା ପ୍ରଦର୍ଶନ କରିବା ଆବଶ୍ୟକ। ସାଧାରଣରେ ବାର୍ତ୍ତା ଦେବା ସମୟରେ ବା ଯୋଗାଯୋଗ କରିବା ସମୟରେ କଥାରେ ସ୍ଥିରତା ରହିବା ଆବଶ୍ୟକ। […]

ନେତାଙ୍କ ପାଇଁ ମାର୍ଗଦର୍ଶିକା ଜାରିକଲା କଂଗ୍ରେସ
Samaya Live Picture
Published On

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସର ନେତାମାନଙ୍କ ପରସ୍ପର ବିରୋଧୀ ବୟାନ ଦଳର ଅଡ଼ୁଆ ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ଦଳ ପକ୍ଷରୁ ଆଜି ଏକ ମାର୍ଗଦର୍ଶିକା ଜାରି ହୋଇଛି। ଦଳର ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସବୁ କର୍ମକର୍ତ୍ତା ସର୍ବାଧିକ ଶୃଙ୍ଖଳା ପ୍ରଦର୍ଶନ କରିବା ଆବଶ୍ୟକ। ସାଧାରଣରେ ବାର୍ତ୍ତା ଦେବା ସମୟରେ ବା ଯୋଗାଯୋଗ କରିବା ସମୟରେ କଥାରେ ସ୍ଥିରତା ରହିବା ଆବଶ୍ୟକ। ଦଳ ପକ୍ଷରୁ ଯେଉଁମାନେ ସାଧାରଣରେ କହିବା ପାଇଁ ସ୍ବୀକୃତି ପାଇଛନ୍ତି ସେମାନେ ଚଳିତମାସ ୨୪ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀରେ ଗୃହୀତ ହୋଇଥିବା ପ୍ରସ୍ତାବ ମଧ୍ୟରେ ସୀମିତ ରହିବା ଉଚିତ। ଏଥିରେ କୌଣସି ବ୍ୟତିକ୍ରମ ହେଲେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାରିକୁ ବାଦ୍‌ ଦିଆଯିବ ନାହିଁ। କଂ‌ଗ୍ରେସ ଦଳର ମୂଲ୍ୟବୋଧ ଓ ପରମ୍ପରାକୁ ସମସ୍ତେ ମନେ ରଖିବା ଉଚିତ। ବର୍ତ୍ତମାନର ଜଟିଳ ପରିସ୍ଥିତିରେ ଦେଶ ଆମଠାରୁ ଯେଉଁ ମର୍ଯ୍ୟାଦା ଓ ସଂଯମ ଆଶା କରୁଛି ତାହା ବଜାୟ ରଖିବା ପାଇଁ କୁହାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ କଂଗ୍ରେସ ଦଳ ଗଭୀର ଭାବେ ମର୍ମାହତ। ଏହି ସମୟରେ ଦେଶ ସହିତ ଦଳ ଅଟଳ ଭାବେ ଛିଡ଼ା ହୋଇଛି। ବର୍ତ୍ତମାନର ସନ୍ଧିକ୍ଷଣରେ ଆମର ସାମୂହିକ ସଂକଳ୍ପକୁ ଦେଶ ପରୀକ୍ଷା କରୁଛି। ଭାରତୀୟ ଜାତୀୟ କଂଗ୍ରେସ ନିଶ୍ଚିତଭାବେ ଏକତା, ପରିପକ୍ବତା ଏବଂ ଦାୟିତ୍ବ ଭଳି ସୁଗୁଣକୁ ଦୃଷ୍ଟାନ୍ତମୂଳକ ଭାବେ ପ୍ରଦର୍ଶିତ କରିବା ଉଚିତ ବୋଲି କେସି ବେଣୁଗୋପାଳ କହିଛନ୍ତି।

Tags: