ନୂ୍ଆ ମନ୍ତ୍ରିମଣ୍ଡଳରେ ଟିଡିପି ନେତା ଚନ୍ଦ୍ରଶେଖର ସବୁଠୁ ଧନୀ ସାଂସଦ

ନୂଆଦିଲ୍ଳୀ: ଏନଡିଏର ସହଯୋଗୀ ଦଳ ତେଲଗୁ ଦେଶମ୍ ପାର୍ଟି (ଟିଡିପି)ର ସାଂସଦ ଚନ୍ଦ୍ରଶେଖର ପେମାସାନି ମୋଦୀ-୩.୦ କ୍ୟାବିନେଟ୍ର ସବୁଠୁ ଧନୀ ମନ୍ତ୍ରୀ ।ଗୁଣ୍ଟୁରୁ ଆସନରୁ ଚନ୍ଦ୍ରଶେଖର ନିଜର ପ୍ରତିଦ୍ବନ୍ଦ୍ବୀ ୱାଏସ୍ଆର୍ କଂଗ୍ରେସର ପ୍ରାର୍ଥୀ କିଲାରି ଭେଙ୍କେଟ ରୋଷାୟାଙ୍କୁ ୩ ଲକ୍ଷ ୪୦ ହଜାର ଭୋଟରେ ହରାଇଥିଲେ। ନାମାଙ୍କନପତ୍ର ଦାଖଲ ସମମୟରେ ସେ ନିଜର ମୋଟ ସମ୍ପତ୍ତି ୫୭୦୦ କୋଟି ଟଙ୍କା ବୋଲି ଦର୍ଶାଇଥିଲେ। ଗୁଣ୍ଟୁରର ବୁରିପାଲେମ୍ ଗାଁର ଚନ୍ଦ୍ରଶେଖର, ଓସମାନିଆ ବିଶ୍ବବିଦ୍ୟାଳୟରୁ ଏମ୍ବିବିଏସ୍ ପଢ଼ିବା ପରେ ଆମେରିକାର […]

Samaya Live Picture
Published On

ନୂଆଦିଲ୍ଳୀ: ଏନଡିଏର ସହଯୋଗୀ ଦଳ ତେଲଗୁ ଦେଶମ୍ ପାର୍ଟି (ଟିଡିପି)ର ସାଂସଦ ଚନ୍ଦ୍ରଶେଖର ପେମାସାନି ମୋଦୀ-୩.୦ କ୍ୟାବିନେଟ୍ର ସବୁଠୁ ଧନୀ ମନ୍ତ୍ରୀ ।ଗୁଣ୍ଟୁରୁ ଆସନରୁ ଚନ୍ଦ୍ରଶେଖର ନିଜର ପ୍ରତିଦ୍ବନ୍ଦ୍ବୀ ୱାଏସ୍ଆର୍ କଂଗ୍ରେସର ପ୍ରାର୍ଥୀ କିଲାରି ଭେଙ୍କେଟ ରୋଷାୟାଙ୍କୁ ୩ ଲକ୍ଷ ୪୦ ହଜାର ଭୋଟରେ ହରାଇଥିଲେ। ନାମାଙ୍କନପତ୍ର ଦାଖଲ ସମମୟରେ ସେ ନିଜର ମୋଟ ସମ୍ପତ୍ତି ୫୭୦୦ କୋଟି ଟଙ୍କା ବୋଲି ଦର୍ଶାଇଥିଲେ। ଗୁଣ୍ଟୁରର ବୁରିପାଲେମ୍ ଗାଁର ଚନ୍ଦ୍ରଶେଖର, ଓସମାନିଆ ବିଶ୍ବବିଦ୍ୟାଳୟରୁ ଏମ୍ବିବିଏସ୍ ପଢ଼ିବା ପରେ ଆମେରିକାର ପେନ୍ସିଲ୍ଭାନିଆର ଡାନଭିଲିରେ ସେ ଡାକ୍ତରୀ ଅଭ୍ୟାସ କରୁଛନ୍ତି। ସେ ଜୋନ୍ସ ହୋପ୍କିନ୍ସ ବିଶ୍ବବିଦ୍ୟାଳୟର ସିନାଇ ହସ୍ପିଟାଲ୍ରେ ୫ ବର୍ଷ ଧରି ଶିକ୍ଷକତା କରିଛନ୍ତି। ଏହାପରେ ସେ ଚାକିରି ଛାଡ଼ି ସେ ଅନ୍ଲାଇନ୍ ଶିକ୍ଷା ପ୍ଲାଟ୍ଫର୍ମ ‘ୟୁୱାଲ୍ଡ୍’ ସ୍ଥାପନ କରିଥିଲେ। ପରେ ଟିଡିପିରେ ଯୋଗ ଦେଇ ଦଳର ଏନ୍ଆର୍ଆଇ ସେଲ୍ର ନେତୃତ୍ବ ନେଇଥିଲେ। ୨୦୨୪ରେ ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢ଼ିଛନ୍ତି।

Tags: