ନୂଆ ସରକାରରେ ଯୋଗ ଦେଲାନି କଂଗ୍ରେସ
ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ନୂଆ ସରକାର ଗଠନ ହୋଇଛି। କିନ୍ତୁ ଏନ୍ସି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କଂଗ୍ରେସ ନୂଆ ସରକାରରେ ସାମିଲ ହୋଇନି। ଜମ୍ମୁ କଶ୍ମୀର କଂଗ୍ରେସ ମୁଖ୍ୟ ତାରିକ ହମିଦ କାରା କହିଛନ୍ତି, ଦଳ ବିଧାନସଭା ନିର୍ବାଚନରେ ୬ଟି ଆସନରେ ଜିତିଛି। ବର୍ତ୍ତମାନ ପାଇଁ ଦଳ କ୍ୟାବିନେଟ୍ରେ ଯୋଗ ଦେବନି। କଂଗ୍ରେସ ଦଳ ଦୃଢ଼ଭାବେ ଜମ୍ମୁ କଶ୍ମୀରକୁ ରାଜ୍ୟପାହ୍ୟା ଫେରାଇ ଦେବାପାଇଁ ଦାବି କରି ଆସୁଛି। କିନ୍ତୁ ଜମ୍ମୁ କଶ୍ମୀରର ରାଜ୍ୟପାହ୍ୟା […]
ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ନୂଆ ସରକାର ଗଠନ ହୋଇଛି। କିନ୍ତୁ ଏନ୍ସି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କଂଗ୍ରେସ ନୂଆ ସରକାରରେ ସାମିଲ ହୋଇନି। ଜମ୍ମୁ କଶ୍ମୀର କଂଗ୍ରେସ ମୁଖ୍ୟ ତାରିକ ହମିଦ କାରା କହିଛନ୍ତି, ଦଳ ବିଧାନସଭା ନିର୍ବାଚନରେ ୬ଟି ଆସନରେ ଜିତିଛି। ବର୍ତ୍ତମାନ ପାଇଁ ଦଳ କ୍ୟାବିନେଟ୍ରେ ଯୋଗ ଦେବନି। କଂଗ୍ରେସ ଦଳ ଦୃଢ଼ଭାବେ ଜମ୍ମୁ କଶ୍ମୀରକୁ ରାଜ୍ୟପାହ୍ୟା ଫେରାଇ ଦେବାପାଇଁ ଦାବି କରି ଆସୁଛି। କିନ୍ତୁ ଜମ୍ମୁ କଶ୍ମୀରର ରାଜ୍ୟପାହ୍ୟା ଫେରାଇ ଦିଆଗଲାନି। ତେଣୁ ଏଥିପାଇଁ ଆମେ ଅସନ୍ତୁଷ୍ଟ ଅଛୁ ଏବଂ ଏହି ସମୟରେ ଆମେ ମନ୍ତ୍ରାଳୟରେ ଯୋଗ ଦେବୁନି। ଜମ୍ମୁ କଶ୍ମୀରକୁ ଏହାର ରାଜ୍ୟପାହ୍ୟା ଫେରାଇ ଦେବାପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଆଜି ସକାଳେ ଓମାର ଅବଦୁଲ୍ଲା ମଧ୍ୟ କଂଗ୍ରେସ ଏବଂ ଏନ୍ସି ଦଳ ମଧ୍ୟରେ କୌଣସି ବିବାଦ ହୋଇନଥିବା ସ୍ପଷ୍ଟ କରିଛନ୍ତି।




