ନୂଆ ସଂସଦ ଭବନ ଉଦ୍ଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇନି : ଖଡ଼ଗେ
ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବ ପାଇଁ ବିଜେପି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇନି ନିବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି ଏବଂ ଏନେଇ ମୋଦୀ ସରକାର ଉପରକୁ ପ୍ରବଳ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, ବିଜେପି ସରକାର ଲଗାତାର ଭାବେ ସାମ୍ବିଧାନିକ ମର୍ଯ୍ୟାଦାର ଅପମାନିତ କରୁଛନ୍ତି। ରାଷ୍ଟ୍ରପତିଙ୍କ ଅଫିସ କେବଳ ଏକ ଟୋକେନିଜମରେ ପରିଣତ ହୋଇଛି । ଖଡ଼ଗେ କହିଛନ୍ତି, ମୋଦୀ ସରକାର […]
ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବ ପାଇଁ ବିଜେପି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇନି ନିବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି ଏବଂ ଏନେଇ ମୋଦୀ ସରକାର ଉପରକୁ ପ୍ରବଳ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, ବିଜେପି ସରକାର ଲଗାତାର ଭାବେ ସାମ୍ବିଧାନିକ ମର୍ଯ୍ୟାଦାର ଅପମାନିତ କରୁଛନ୍ତି। ରାଷ୍ଟ୍ରପତିଙ୍କ ଅଫିସ କେବଳ ଏକ ଟୋକେନିଜମରେ ପରିଣତ ହୋଇଛି । ଖଡ଼ଗେ କହିଛନ୍ତି, ମୋଦୀ ସରକାର କେବଳ ରାଜନୈତିକ ଫାଇଦା ପାଇଁ ଦଳିତ ସମ୍ପ୍ରଦାୟରୁ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି । କିନ୍ତୁ ସାମ୍ବିଧାନିକ ମର୍ଯ୍ୟାଦାକୁ ସମ୍ମାନ ଦେଉନାହାନ୍ତି। ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ମହିଳା। ସେ ଏକାକୀ ସରକାର, ବିରୋଧୀ ଏବଂ ପ୍ରତି ନାଗରିକଙ୍କୁ ପ୍ରତିନିଧିତ୍ବ କରୁଛନ୍ତି। ରାଷ୍ଟ୍ରପତି ଯଦି ନୂଆ ସଂସଦ ଭବନ ଉଦ୍ଘାଟନ କରିବେ ତେବେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଅଧିକାର ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତୀକ ହେବ।




