ନୂଆ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କଲେ ରିଜିଜୁ , ମୋର ବଦଳି ଏକ ଦଣ୍ଡ ନୁହେଁ

ନୂଆଦିଲ୍ଲୀ : କିରେନ ରିଜିଜୁ ଆଜି ଭୂ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି। ଗତକାଲି ତାଙ୍କୁ ଆଇନ ମନ୍ତ୍ରାଳୟରୁ ଭୂ ବିଜ୍ଞାନ ମନ୍ତ୍ରାଳୟକୁ ବଦଳି କରାଯାଇଥିଲା। ରିଜିଜୁଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଯିବା ପରେ ବିରୋଧୀ ଦଳ ନେତାମାନେ ତାଙ୍କୁ ବିଫଳ ଆଇନ ମନ୍ତ୍ରୀ କହି କଡ଼ା ସମାଲୋଚନା କରିଛନ୍ତି। ତେବେ ରିଜିଜୁ ଆଜି ଏହାର ଜବାବ ଦେଇ କହିଛନ୍ତି, ବିରୋଧୀ ଦଳ ନେତାମାନେ ମତେ ସମାଲୋଚନା କରିବା ସ୍ବାଭାବିକ କଥା। ବିରୋଧୀ ମତେ ସମାଲୋଚନା କରିବା […]

Samaya Live Picture
Published On

ନୂଆଦିଲ୍ଲୀ : କିରେନ ରିଜିଜୁ ଆଜି ଭୂ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି। ଗତକାଲି ତାଙ୍କୁ ଆଇନ ମନ୍ତ୍ରାଳୟରୁ ଭୂ ବିଜ୍ଞାନ ମନ୍ତ୍ରାଳୟକୁ ବଦଳି କରାଯାଇଥିଲା। ରିଜିଜୁଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଯିବା ପରେ ବିରୋଧୀ ଦଳ ନେତାମାନେ ତାଙ୍କୁ ବିଫଳ ଆଇନ ମନ୍ତ୍ରୀ କହି କଡ଼ା ସମାଲୋଚନା କରିଛନ୍ତି। ତେବେ ରିଜିଜୁ ଆଜି ଏହାର ଜବାବ ଦେଇ କହିଛନ୍ତି, ବିରୋଧୀ ଦଳ ନେତାମାନେ ମତେ ସମାଲୋଚନା କରିବା ସ୍ବାଭାବିକ କଥା। ବିରୋଧୀ ମତେ ସମାଲୋଚନା କରିବା କିଛି ନୂଆ କଥା ନୁହେଁ। ତେବେ ଏହି ବଦଳି ଏକ ଦଣ୍ଡ ନୁହେଁ। ଏହା୍ ସରକାରଙ୍କର ଏକ ଯୋଜନା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୂରଦୃଷ୍ଟି। ନୂଆ ମନ୍ତ୍ରାଳୟର ଦାୟିତ୍ବ ନେବାପରେ ରିଜିଜୁ ଆଜି ଏହି ଟିପ୍ପଣୀ ରଖିଛନ୍ତି।

Tags: