ନୂଆ ଭିଡିଓରେ ନିର୍ମଳାଙ୍କୁ କଟାକ୍ଷ କଲେ କୁନାଲ କାମ୍ରା
ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ‘ଗଦ୍ଦାର’ (ବିଶ୍ବାସଘାତକ) ବୋଲି କଟାକ୍ଷ କରି ଚର୍ଚ୍ଚାକୁ ଆସିଥିବା ହାସ୍ୟ କଳାକାର କୁନାଲ କାମ୍ରା ପୁଣିଥରେ ଆଉ ଏକ ନୂଆ ଭିଡିଓ ଜାରି କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଜାରି କରିଥିବା ନୂତନ ଭିଡ଼ିଓରେ ନିର୍ମଳା ସୀତାରମଣଙ୍କୁ ସେ ‘ହାୱା ହାୱାଇ…ତାନାସାହି’ ବୋଲି କଟାକ୍ଷ କରିଛନ୍ତି। ପ୍ରସିଦ୍ଧ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ର ସଂଗୀତ ହାୱା ହାୱାଇ ଅନୁକରଣରେ […]
ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ‘ଗଦ୍ଦାର’ (ବିଶ୍ବାସଘାତକ) ବୋଲି କଟାକ୍ଷ କରି ଚର୍ଚ୍ଚାକୁ ଆସିଥିବା ହାସ୍ୟ କଳାକାର କୁନାଲ କାମ୍ରା ପୁଣିଥରେ ଆଉ ଏକ ନୂଆ ଭିଡିଓ ଜାରି କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଜାରି କରିଥିବା ନୂତନ ଭିଡ଼ିଓରେ ନିର୍ମଳା ସୀତାରମଣଙ୍କୁ ସେ ‘ହାୱା ହାୱାଇ…ତାନାସାହି’ ବୋଲି କଟାକ୍ଷ କରିଛନ୍ତି। ପ୍ରସିଦ୍ଧ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ର ସଂଗୀତ ହାୱା ହାୱାଇ ଅନୁକରଣରେ ସେ ‘ଆପକା ଟ୍ୟାକ୍ସ କା ପୈସା ହୋ ରହା ହେ ହାୱାହୱାଇ’ (ଆପଣଙ୍କ ଟ୍ୟାକ୍ସ ଅର୍ଥର ବିନାଶ ହେଉଛି) ବୋଲି ଗୀତ ଗାଇଛନ୍ତି। ଏଥିରେ ସେ ଦେଶର ବର୍ଦ୍ଧିତ ମୁଦ୍ରାସ୍ପୀତି, ବେକାରୀ ଓ ଆର୍ଥିକ ଚାପ ପ୍ରସଙ୍ଗକୁ ଉତ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ସମାଲୋଚନା କରିଥିବା ପ୍ରସଙ୍ଗରେ ଶିବ ସୈନିକମାନେ ତାଙ୍କ ଗୀତ ରେକର୍ଡିଂ କରିଥିବା ମୁମ୍ବାଇର ଏକ ଷ୍ଟୁଡିଓରେ ଭଙ୍ଗାରୁଜା କରିଛନ୍ତି। ଏହା ବ୍ୟତୀତ ବିଭନ୍ନ ଥାନାରେ କାମ୍ରାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ମଧ୍ୟ ହୋଇଛି।




