ନୂଆ ପାର୍ଲ୍ୟାମେଣ୍ଟ ବିଲ୍ଡିଂକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ସରପ୍ରାଇଜ୍‌ ଭିଜିଟ୍

ନୂଆଦିଲ୍ଲୀ: ନିର୍ମାଣ ହେଉଥିବା ନୂଆ ପାର୍ଲ୍ୟାମେଣ୍ଟ ବିଲ୍ଡିଂ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ତେବେ ଏହି ବିଲ୍ଡିଂ କାର୍ଯ୍ୟର ନିର୍ମାଣ ଅଗ୍ରଗତି ତଦାରଖ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସରପ୍ରାଇଜ୍‌ ଭିଜିଟ୍‌ କରିଥିଲେ। ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏହି ନୂଆ କୋଠା ଭିତରେ ବୁଲିବା ସହ ସମସ୍ତ ସୁବିଧାସୁଯୋଗ ବିଷୟରେ ସମୀକ୍ଷା କରିଥିଲେ। ଏହି ବିଲ୍ଡିଂ ୪ମହଲା ବିଶିଷ୍ଟ ହୋଇଥିଲା ବେଳେ ୬୫ ହଜାର ବର୍ଗଫୁଟ୍‌ ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଉଛି। ଆସନ୍ତା ମାସ […]

Samaya Live Picture
Published On

ନୂଆଦିଲ୍ଲୀ: ନିର୍ମାଣ ହେଉଥିବା ନୂଆ ପାର୍ଲ୍ୟାମେଣ୍ଟ ବିଲ୍ଡିଂ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ତେବେ ଏହି ବିଲ୍ଡିଂ କାର୍ଯ୍ୟର ନିର୍ମାଣ ଅଗ୍ରଗତି ତଦାରଖ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସରପ୍ରାଇଜ୍‌ ଭିଜିଟ୍‌ କରିଥିଲେ। ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏହି ନୂଆ କୋଠା ଭିତରେ ବୁଲିବା ସହ ସମସ୍ତ ସୁବିଧାସୁଯୋଗ ବିଷୟରେ ସମୀକ୍ଷା କରିଥିଲେ। ଏହି ବିଲ୍ଡିଂ ୪ମହଲା ବିଶିଷ୍ଟ ହୋଇଥିଲା ବେଳେ ୬୫ ହଜାର ବର୍ଗଫୁଟ୍‌ ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଉଛି। ଆସନ୍ତା ମାସ ଶେଷ ସୁଦ୍ଧା ନୂଆ ପାର୍ଲ୍ୟାମେଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବା ନେଇ ଆଶା କରାଯାଉଛି। ସମସ୍ତ ଆଭ୍ୟନ୍ତରୀଣ ସାଜସଜ୍ଜା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଏବେ କେବଳ ଟଚ୍‌ ଅପ୍‌ ଦିଆଯାଉଛି। ପାଖାପାଖି ୯୫ ପ୍ରତିଶତ କାମ ଶେଷ ହୋଇଯାଇଥିବା ସୂଚନା ଦିଆଯାଇଛି। ତେବେ ପାର୍ଲ୍ୟାମେଣ୍ଟକୁ କେବେ ଉଦ୍‌ଘାଟନ କରାଯିବ ତାହା ସରକାରଙ୍କ ନିଷ୍ପତ୍ତି। ତଥାପି ବର୍ଷାକାଳୀନ ଅଧିବେଶନ ବସିବାକୁ ଉଭୟ ଲୋକସଭା ଓ ରାଜ୍ୟସଭା ଉଭୟ ପ୍ରସ୍ତୁତ ବୋଲି କୁହାଯାଇଛି। ପାର୍ଲ୍ୟାମେଣ୍ଟର ନିର୍ମାଣ କାର୍ଯ୍ୟ ସେଣ୍ଟ୍ରାଲ ପବ୍ଲିକ୍‌ ୱାର୍କ୍ସ ଡିପାର୍ଟମେଣ୍ଟ କରୁଥିଲା ବେଳେ ଏହାର ରଙ୍ଗକାମ ସଂସ୍କୃତି ମନ୍ତ୍ରାଳୟ କରୁଛି। ନୂଆ ଲୋକସଭା ଚାମ୍ବରରେ ୬୦ ପ୍ରତିଶତ ସିଟ୍ ବୃଦ୍ଧି କରାଯାଇ ୮୮୮ ସିଟ୍‌ କରାଯାଇଥିଲା ବେଳେ ରାଜ୍ୟସଭାରେ ୫୭ ପ୍ରତିଶତ ସିଟ୍‌ ବଢାଯାଇ ମୋଟ୍ ୩୮୪ ସିଟ୍‌ସ୍ଥାପନ କରାଯାଇଛି।

Tags: