ନୂଆ ‘ନ୍ୟାୟ ଦେବୀ’ ପ୍ରତିମୂର୍ତ୍ତି ଉପରେ ସୁପ୍ରିମ୍କୋର୍ଟ ବାର୍ ଆସୋସିଏସନର ଆପତ୍ତି
ନୂଆଦିଲ୍ଲୀ: ଆଇନଜୀବୀ ସମୁଦାୟ ସହ ପୂର୍ବ ପରାମର୍ଶ ବିନା ସୁପ୍ରିମ୍କୋର୍ଟରେ ଲାଗୁ ହୋଇଥିବା ‘ମୌଳିକ ପରିବର୍ତ୍ତନ’କୁ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲଙ୍କ ନେତୃତ୍ୱରେ ସୁପ୍ରିମ୍କୋର୍ଟ ବାର୍ ଆସୋସିଏସନ୍ (ଏସ୍ସିବିଏ) ତୀବ୍ର ବିରୋଧ କରିଛି। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ଏକ ନୂତନ ପ୍ରତୀକ ଏବଂ ଲେଡି ଜଷ୍ଟିସ୍ଙ୍କ ଏକ ସଂଶୋଧିତ ପ୍ରତିମୂର୍ତ୍ତି ଅନ୍ତର୍ଭୁକ୍ତ, ଯାହାକୁ ଏସ୍ସିବିଏ ଏକତରଫା ନିଷ୍ପତ୍ତି ବୋଲି କହିଛି। ସିବଲ ଓ ଅନ୍ୟ କର୍ମକର୍ତ୍ତାଙ୍କ ସ୍ୱାକ୍ଷରିତ ଏକ ସଂକଳ୍ପନାମାରେ ସଂଘ ନ୍ୟାୟ […]
ନୂଆଦିଲ୍ଲୀ: ଆଇନଜୀବୀ ସମୁଦାୟ ସହ ପୂର୍ବ ପରାମର୍ଶ ବିନା ସୁପ୍ରିମ୍କୋର୍ଟରେ ଲାଗୁ ହୋଇଥିବା ‘ମୌଳିକ ପରିବର୍ତ୍ତନ’କୁ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲଙ୍କ ନେତୃତ୍ୱରେ ସୁପ୍ରିମ୍କୋର୍ଟ ବାର୍ ଆସୋସିଏସନ୍ (ଏସ୍ସିବିଏ) ତୀବ୍ର ବିରୋଧ କରିଛି। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ଏକ ନୂତନ ପ୍ରତୀକ ଏବଂ ଲେଡି ଜଷ୍ଟିସ୍ଙ୍କ ଏକ ସଂଶୋଧିତ ପ୍ରତିମୂର୍ତ୍ତି ଅନ୍ତର୍ଭୁକ୍ତ, ଯାହାକୁ ଏସ୍ସିବିଏ ଏକତରଫା ନିଷ୍ପତ୍ତି ବୋଲି କହିଛି। ସିବଲ ଓ ଅନ୍ୟ କର୍ମକର୍ତ୍ତାଙ୍କ ସ୍ୱାକ୍ଷରିତ ଏକ ସଂକଳ୍ପନାମାରେ ସଂଘ ନ୍ୟାୟ ପ୍ରଶାସନର ଅଂଶୀଦାରଙ୍କ ସହ ଯୋଗାଯୋଗ ରହୁ ନ ଥିବା ନେଇ ଚିନ୍ତା ପ୍ରକଟ କରିଛି। ନ୍ୟାୟ ପ୍ରଶାସନରେ ଆମେ ସମାନ ଅଂଶୀଦାର, କିନ୍ତୁ ଏହି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯିବା ବେଳେ ଆମ ଦୃଷ୍ଟିକୁ ଅଣାଯାଇ ନ ଥିଲା। ଏହି ପରିବର୍ତ୍ତନ ପଛର ଯୁକ୍ତି ବିଷୟରେ ଆମେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ସଂକଳ୍ପନାମାରେ କୁହାଯାଇଛି। ଏସ୍ସିବିଏ ପୂର୍ବର ବିଚାରପତିଙ୍କ ଲାଇବ୍ରେରି ସ୍ଥାନରେ ଏକ ସଂଗ୍ରହାଳୟ ପ୍ରସ୍ତାବକୁ ମଧ୍ୟ ସମାଲୋଚନା କରିଛି, ଯାହାକୁ ସେମାନେ ପୂର୍ବରୁ ଏକ ପାଠାଗାର ଓ ଓକିଲଙ୍କ ପାଇଁ କ୍ୟାଫେରେ ପରିଣତ କରିବାକୁ ଅନୁରୋଧ କରିଥିଲେ। ଆପତ୍ତି ସତ୍ତ୍ୱେ ପ୍ରସ୍ତାବିତ ସଂଗ୍ରହାଳୟର କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି।




